ଶ୍ରୀ ହନୁମାନ ବିଗ୍ରହ ନିର୍ମାଣ ନିମନ୍ତେ ଭୂମିପୂଜା ଅନୁଷ୍ଠିତ

September 13, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଶ୍ରୀ ହନୁମାନ ବିଗ୍ରହ ନିର୍ମାଣ ନିମନ୍ତେ ଭୂମିପୂଜା ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 13, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗ୍ରାମରେ ୨୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀ ହନୁମାନ ବିଗ୍ରହ ନିର୍ମାଣ ନିମନ୍ତେ ରବିବାର ପୂର୍ବାହ୍ନ ସମୟରେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଗ୍ରାମରେ ଯୋଗଦେଇ ସକାଳ ୯ଘଣ୍ଟା ୩୬ ମିନିଟ ନିର୍ଦ୍ଧାରିତ ସମୟରେ ଶୁଭ ଦେବାପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପଣ୍ଡିତ ଧରଣୀଧର ପୌରହିତ୍ୟର ରାମହରି ଦାସ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ରୂପେ ପୂଜା କାର୍ଯ୍ୟକ୍ରମରେ ବସିଥିଲେ । ଖବରନୁଯାୟୀ , ଗ୍ରାମର ପୂର୍ବତନ ସରପଞ୍ଚ ବି. ଲାଛେୟାଙ୍କ ନେତୃତ୍ଵର ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ଜୟ କିଶାନ ପାଠାଗାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି, ସମିତିସଭ୍ୟ ସୁଶାନ୍ତ ସେଠୀ , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ପୂର୍ବତନ ସମିତି ସଭ୍ୟ ଟି. ରାମା ରାଓ, ଗ୍ରାମ୍ୟ ସଭାପତି ଆର୍.ଦିନବନ୍ଧୁ , ଆଧ୍ୟାତ୍ମିକ ଗୁରୁ ଆର୍ .ଧନୁ , ଆର୍. ଦୁର୍ଯ୍ୟୋ , ପୂର୍ବତନ ସଭାପତି ପି. ଲାଛାୟା ପ୍ରମୁଖଙ୍କ ଉପସ୍ଥିତିରେ ସକାଳ ୬ଘଣ୍ଟା ସମୟରେ ଗ୍ରାମର ସମସ୍ତ ସଦସ୍ୟଙ୍କ ସହାୟତାରେ ବାଜବାଜଣା ସହ କିର୍ତ୍ତନ ଧ୍ବନିରେ ଗ୍ରାମ ପ୍ରକମ୍ପିତ ହୋଇ ଗ୍ରାମ ପରିକ୍ରମା କରିବା ପରେ ଶୁଭସ୍ଥଳରେ ପହଞ୍ଚିଥିବା ପରେ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ମୂର୍ତ୍ତି କାରିଗର ଲବ ମହାପାତ୍ର ଉପସ୍ଥିତ ରହିଥିଲେ । ଗ୍ରାମରେ ଏଭଳି ହନୁମାନ ବିଗ୍ରହ ନିର୍ମାଣ ଆୟୋଜିତ ହୋଇଥିବାରୁ ଗ୍ରାମବାସୀ ଖୁସି ପ୍ରକଟ କରିବା ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ସୁବୁଦ୍ଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ଶେଷରେ ଏହି ଶୁଭକାର୍ଯ୍ୟ ପରେ ବିଗ୍ରହ କାର୍ଯ୍ୟ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକ ଓ ପଞ୍ଚାୟତ ପାଣ୍ଠିରୁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

Read More...

ବିଜେପିର ସେବା ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିିବିର

ବିଜେପିର ସେବା ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: