ବ୍ରିକ୍ସ ସମୂହ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଅଜିତ ଡୋଭାଲ ସାମିଲ

September 18, 2020, ଦେଶଦୁନିଆ, , BHAGYAPRABHA NEWS
ବ୍ରିକ୍ସ ସମୂହ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ  ଅଜିତ ଡୋଭାଲ ସାମିଲ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 18, 2020

ବ୍ରିକ୍ସ ଦେଶ ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କର ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ ହୋଇଛି । ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା (ବିକ୍ସ)ର ସୁରକ୍ଷା ପରାମର୍ଶଦାତା ଏହି ବୈଠକରେ ବିଶ୍ୱ, ଆଂଚଳିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଭର୍ଚ୍ୟୁଆଲ ବୈଠକ ରୁଷିଆର ଆୟୋଜନରେ ହୋଇଛି । ବୈଠକ ସମୟରେ ଭାରତ ଓ ଚୀନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ । ଅନ୍ୟପକ୍ଷରେ ଏହା ଏକ ଭର୍ଚ୍ୟୁଆଲ ମିଟିଂ ଥିବାରୁ ଦ୍ୱିପାକ୍ଷୀକ ଆଲୋଚନା ମଧ୍ୟ ସମ୍ଭବ ନଥିଲା ।ରୁଷିଆ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ବ୍ରିକ୍ସ ୫ ଦେଶ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ କରିଛି । ଏହାକୁ ଅନୁମୋଦନ ଲାଗି ଆସନ୍ତା ବ୍ରିକ୍ସ ସମ୍ମିଳନୀରେ ଉପସ୍ଥାପନ କରାଯିବ । ଏହି ଡ୍ରାଫ୍ଟ ରଣନୀତିରେ କୁହାଯାଇଛି ଯେ, କୌଣସି ଦେଶ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରରେ ହସ୍ତକ୍ଷେପ କରିପାରିବ ନାହିଁ । କାରଣ ଅନ୍ୟର ଅଖଣ୍ଡତାକୁ ସମ୍ମାନ ଜଣାଇବାକୁ ହେବ । ଏହି ଡ୍ରାଫ୍ଟରେ ସୁରକ୍ଷା ମାମଲାରେ ଅନ୍ତର୍ଜାତୀୟ ଆଇନର ପାଳନ ଓ ସଂଯୁକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ଭୂମିକାକୁ ପ୍ରାଥମିକତା ଦିଆଯାଇଛି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଅନଲାଇନ ମିଟିଂରେ ସାମିଲ ହୋଇଥିଲେ । ଅଧିକାରୀମାନେ କହିଛନ୍ତି, ସମୂହର ୧୦ମ ବୈଠକରେ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚି ଓ ରୁଷିଆ, ବ୍ରାଜିଲ, ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ' ସାବାନା ଅଜମୀ

ହାପି ବାର୍ଥ ଡେ' ସାବାନା ଅଜମୀ

Read More...

ଏମସରୁ ଡିସଚାର୍ଜ ହେଲେ ଅମିତ ଶାହ

ଏମସରୁ ଡିସଚାର୍ଜ ହେଲେ ଅମିତ ଶାହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: