ବେଙ୍ଗାଳୁରୁକୁ ୯୭ ରନରେ ପରାଜୟ କରି ବିଜୟ ମୁକୁଟ ପିନ୍ଧିଲା ପଞ୍ଜାବ

September 25, 2020, ଖେଳ, , BHAGYAPRABHA NEWS
ବେଙ୍ଗାଳୁରୁକୁ ୯୭ ରନରେ ପରାଜୟ କରି  ବିଜୟ ମୁକୁଟ ପିନ୍ଧିଲା  ପଞ୍ଜାବ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 25, 2020

ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ୍ଜାବ ।ପଞ୍ଜାବ ଦେଇଥିବା ୨୦୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବେଙ୍ଗାଳୁରୁ ୧୭ ଓଭରରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ମାତ୍ର ୧୦୯ ରନ୍ କରିଥିଲା ଆରସିବି । ବିଶାଳ ସ୍କୋରର ପିଛା କରି ପ୍ରଥମରୁ ଝଟକା ଖାଇଥିଲା ବେଙ୍ଗାଳୁରୁ । ଫେଲ୍ ମାରିଥିଲେ ଟପ୍ ଅର୍ଡର । ମାତ୍ର ୫୭ ରନରେ ଦଳ ହରାଇଥିଲା ୫ଟି ଓ୍ୱିକେଟ । ଓ୍ୱାଶିଂଟନ ସୁନ୍ଦର ୩୦ ରନ୍, ଏବି ଡିଭିଲିୟର୍ସ ୨୮, ଆରୋନ୍ ଫିଞ୍ଚ ୨୦ ଓ ଶିବମ୍ ଦୁବେ କରିଥିଲେ ୧୨ ରନ୍ । ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ପଞ୍ଜାବ ପକ୍ଷରୁ ରବି ବିଷ୍ଣୋୟୀ ଓ ଆର୍. ଅଶ୍ୱିନ ୩ଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ କଟ୍ରେଲ ୨ଟି ଏବଂ ମହମ୍ମଦ ସାମି ଓ ମାକ୍ସଓ୍ୱେଲ ନେଇଥିଲେ ଗୋଟିଏ ଲେଖାଏଁ ଓ୍ୱିକେଟ୍ । ପ୍ରଥମେ ବ୍ୟାଟିଂ କରି କିଙ୍ଗସ ଇଲେଭେନ୍ ପଞ୍ଜାବ ୩ ଓ୍ୱିକେଟ ବିନିମୟରେ ୨୦୬ ରନ୍ କରିଥିଲା । ଅଧିନାୟକ ଲୋକେଶ ରାହୁଲ ଅପରାଜିତ ୧୩୨ ରନ୍ କରିଥିଲେ । ଏହି ମ୍ୟାଚ୍ ସହ ଆଇପିଏଲରେ ବିଜୟ ଖାତା ଖୋଲିଛି କିଙ୍ଗସ ଇଲେଭେନ୍ ପଞ୍ଜାବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବର୍ଷାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା

ଆଜିଠୁ ବର୍ଷାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା

Read More...

ଆଜିଠାରୁ ୧ ଯାଏଁ ବଲାଙ୍ଗୀର ସହରରେ ସବୁ ଦୋକାନ ବଜାର ବନ୍ଦ

ଆଜିଠାରୁ ୧ ଯାଏଁ ବଲାଙ୍ଗୀର ସହରରେ ସବୁ ଦୋକାନ ବଜାର ବନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: