ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

October 01, 2020, ଖେଳ, , BHAGYAPRABHA NEWS
ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 01, 2020

ଶୁଭମନ ଗିଲଙ୍କ ବ୍ୟାଟିଂ ପରେ ଯୁବ ବୋଲରଙ୍କ ଚମକପ୍ରଦ ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଇଣ୍ଡିଆନ ପ୍ରିମିୟର ଲିଗ-୨୦୨୦ର ଦ୍ୱାଦଶ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ଗିଲଙ୍କ ୪୭ ରନ ବଳରେ ୬ ୱିକେଟ ହରାଇ ୧୭୪ ରନ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ଟିମ ୯ ୱିକେଟରେ ୧୩୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସଂକଟ ସମୟରେ ସମସ୍ତଙ୍କ ନଜର ଗତ ମ୍ୟାଚରେ କିଙ୍ଗସ ଇଲେଭେନ ପଂଜାବ ବିରୋଧରେ ଚମତ୍କାର କରିଥିବା ରାହୁଲ ତେୱାଟିଆଙ୍କ ଉପରେ ଥିଲା । କିନ୍ତୁ ରାହୁଲ ମଧ୍ୟ କିଛି ଭଲ ପ୍ରଦର୍ଶନ କରି ନଥିଲେ ।ଟମ କରନ ୩୬ଟି ବଲ ଖେଳି ୨ଟି ଚୌକା ଓ ୩ଟି ଛକ୍କା ସହିତ ୫୪ ରନ କରି ଅପରାଜିତ ଥିଲେ ।କୋଲକାତା ନାଇଟ ରାଇଡର୍ସର ଯୁବ ଭାରତୀୟ ବୋଲର ଶିଭମ ମାଭି, କମଲେଶ ନାଗରକୋଟୀ ଓ ବରୁଣ ଚକ୍ରବର୍ତ୍ତୀ ୨-୨ ୱିକେଟ ନେଇଥିଲେ । ରୟାଲ୍ସ ଲାଗି କୌଣସି ବଡ଼ ଭାଗିଦାରୀ ରନ ହୋଇ ନଥିଲା । ଆରମ୍ଭରୁ ରୟାଲ୍ସର ଭଲ ପ୍ରଦର୍ଶନ ନ ଥିଲା । ଦ୍ୱିତୀୟ ଓଭରରେ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ପେଟ କମିନ୍ସ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ପାଭଲିଅନ ପଠାଇ ଦେଇଥିଲେ । ମାଭି ୫ମ ଓଭରର ପ୍ରଥମ ବଲରେ ଭଲ ଫର୍ମରେ ଥିବା ସଂଜୁ ସାମସନଙ୍କ ୱିକେଟ ନେଇ ରୟାଲ୍ସକୁ ବଡ଼ ଝଟକା ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

Read More...

ଯୌନଶୋଷଣ ମାମଲାରେ ଅନୁରାଗ କଶ୍ୟପଙ୍କୁ ହେବ ପଚରାଉଚରା

ଯୌନଶୋଷଣ ମାମଲାରେ ଅନୁରାଗ କଶ୍ୟପଙ୍କୁ ହେବ ପଚରାଉଚରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: