ବାଲୁକା କଳା ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇଲେ ସୁଦର୍ଶନ

October 05, 2020, ଦେଶଦୁନିଆ, , Bhagyaprabha News Bureau
ବାଲୁକା କଳା  ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇଲେ ସୁଦର୍ଶନ
Bhagyaprabha News Bureau
October 05, 2020

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍‌ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା କଳାର ଚିତ୍ର ସହ କ୍ୟାପସନରେ ଲେଖିଛନ୍ତି, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଶୀଘ୍ର ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।"ଏହି ବାଲୁକା କଳା ଉପରେ ସୁଦର୍ଶନ ପଟ୍ଟନାୟକଙ୍କ ବାର୍ତ୍ତା ଲେଖାଯାଇଛି।ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କ ପଛ ପଟେ ଆମେରିକାର ପତାକା ରହିଛି। ଶ୍ରୀ ପଟ୍ଟନାୟକ ଏହି ଚିତ୍ର ଟ୍ୱିଟରରେ ସେୟାର କରିବା ପରେ ଏହା ତୁରନ୍ତ ଭାଇରାଲ ହୋଇଥିଲା। ଏହି ଫଟୋଟି ସେୟାର ହେବା ପରେ ୩.୮ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିବା ସହ ଅନେକ ରିଟ୍ୱିଟ୍ ମଧ୍ୟ କରିଛନ୍ତି।ହ୍ୱାଇଟ୍ ହାଉସର ଚିକିତ୍ସକ ସଚିନ କନଲିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ରେମଡେସିଭିରର ଦ୍ୱିତୀୟ ଡୋଜ ସମାପ୍ତ କରିଛନ୍ତି ଏବଂ ପଜିଟିଭ ଜଣାପଡ଼ିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲୁକା କଳା  ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇଲେ ସୁଦର୍ଶନ

ବାଲୁକା କଳା ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇଲେ ସୁଦର୍ଶନ

Read More...

ଘର ଭିତରେ ପଶିଗଲା ହାଇଓ୍ବା , ୩ଜଣ ଗୁରୁତର

ଘର ଭିତରେ ପଶିଗଲା ହାଇଓ୍ବା , ୩ଜଣ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: