ସିମୁଳିଆ ରାଜନୀତିରେ ନୂଆ ମୋଡ : ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ କୁମାର ସାହୁ

March 14, 2019, ଓଡ଼ିଶା, ବାଲେଶ୍ବର, Bhagyaprabha News Bureau
ସିମୁଳିଆ ରାଜନୀତିରେ ନୂଆ ମୋଡ : ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ କୁମାର ସାହୁ
Bhagyaprabha News Bureau
March 14, 2019

ପୁଣି ଏକ ନୂଆ ମୋଡ଼ ନେଇଛି ବାଲେଶ୍ୱର ସିମୁଳିଆ ନିର୍ବାଚନ ମଣ୍ଡଳୀର ସମୀକରଣ । ୨୦୧୪ରେ ଶଶୀ ସାହୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ । କିନ୍ତୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ସାମିଲ ହେବା ପରେ ଏପଟ ସେପଟ ହୋଇଯାଇଥିଲା ଶଶୀ ସାହୁଙ୍କ ରାଜନୈତିକ ଭବିଷ୍ୟତ । ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ସହିତ ନପଡିବାରୁ କୋଣଠେସା ହୋଇ ରାଜନୈତିକ ଅସ୍ତିତ୍ୱ ହରାଇଥିଲେ ଶଶୀ । ଶେଷରେ କୌଣସି ବାଟ ନପାଇ ପୁଣି ଥରେ ବିଜେଡିକୁ ଫେରିଛନ୍ତି । ଆଉ ଚାହୁଁଛନ୍ତି ୨୦୧୯ ନିର୍ବାଚନ ମଇଦାନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପାଇଁ । ଖଇରା ବ୍ଲକ୍‌ କୁପାରୀ ପଞ୍ଚାୟତ ପଡ଼ିଆରେ ଏକ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା। ବିଜେଡି ନେତୃବୃନ୍ଦଙ୍କ ଏକ ଶୋଭାଯାତ୍ରା ଗଣ୍ଡିବେଡ଼ରୁ ବାହାରି ମଞ୍ଚ ନିକଟରେ ପହଂଚିବା ପରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ଦଳକୁ ସ୍ୱାଗତ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି ଶଶୀଙ୍କର । ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ଶଶୀଙ୍କ ଗୋଷ୍ଠୀଙ୍କୁ ଜୋରଦାର ବିରୋଧ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଟିକେଟ୍ ଲବିରେ ଆଗରେ ଅଛନ୍ତି । ଏବଂ ତାଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରୀନ୍ ସିଗନାଲ ଦେଇଥିବା କଥା ନିଜ କର୍ମୀଙ୍କୁ କହିବା ସହିତ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି ଜ୍ୟୋତିପ୍ରକାଶ । କିନ୍ତୁ ଟିକେଟ୍ ଆଶାରେ ଆସିଥିବା ଶଶୀ ପୂର୍ବରୁ ଅନେକ ବିବାଦ ଘେରରେ ଥିଲେ । ଚିଟଫଣ୍ଡ ସମ୍ପୃକ୍ତି ଅଭିଯୋଗରେ ସିବିଆଇ ସ୍କାନରରେ ଥିଲେ ଶଶୀ । ଆଉ ଜେରା ମଧ୍ୟ ହୋଇଥିଲେ, ଯାହା ତାଙ୍କ ଭାବ ମୂର୍ତ୍ତିକୁ ନଷ୍ଟ କରିଥିଲା । ବିଜେପି କୋଣଠେସା ହେବା ପରେ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

Read More...

ମଞ୍ଚେଶ୍ୱର ପୋଲିସକୁ ମିଳିଛି ବଡସଫଳତା

ମଞ୍ଚେଶ୍ୱର ପୋଲିସକୁ ମିଳିଛି ବଡସଫଳତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: