ତେଲେଙ୍ଗାନାରେ ବନ୍ୟା , ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

October 16, 2020, ଦେଶଦୁନିଆ, , BHAGYAPRABHA NEWS
ତେଲେଙ୍ଗାନାରେ ବନ୍ୟା  ,  ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି
BHAGYAPRABHA NEWS
[ INPUT ]
Bhagyaprabha News Bureau
October 16, 2020

ତେଲେଙ୍ଗାନାରେ ପ୍ରବଳ ବର୍ଷା ହେଉଛି । ୩ ଦିନ ହେବ ଲଗାତାର ବର୍ଷା ହେବା ଫଳରେ ତଳିଆ ଅଂଚଳରେ ବନ୍ୟା ଦେଖାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରୁ ହାଇଦ୍ରାବାଦରେ କେବଳ ୮ ଜଣ ପ୍ରାଣ ହରାଇଛନ୍ତି । ସରକାର ଗୁରୁବାର ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ କହିଛନ୍ତି, ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଏହା ନୂତନ ଭାବେ ନିର୍ମାଣ କରାଯିବ । ଯଦି ଆଂଶିକ ଭାବେ କ୍ଷତି ହୋଇଛି, ତା'ହେଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେଉଛି । ହାଇଦ୍ରାବାଦ ସମେତ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜରୁରୁକାଳୀନ ୧୩୫୦ କୋଟି ଟଙ୍କା ସହାୟତା ମାଗିଛନ୍ତି । କେସିଆର ୬୦୦ କୋଟି ଟଙ୍କା ଚାଷୀଙ୍କ ଲାଗି ଏବଂ ଗ୍ରେଟର ହାଇଦ୍ରାବାଦ ଓ ଅନ୍ୟ ଅଂଚଳରେ ହୋଇଥିବା କ୍ଷତି ପୂରଣ ଲାଗି ୭୫୦ କୋଟି ଟଙ୍କା ମାଗିଛନ୍ତି ।ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷା ବିତ୍ପାତ ବଢ଼ିଛି । ବର୍ଷାରେ ୬୭ ହଜାର ୮୬୪ ହେକ୍ଟରରୁ ଅଧିକ ଫସଲ କ୍ଷତି ହୋଇଛି । ୮ଟି ଜିଲ୍ଲାର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି । ଏଥିରେ ବିଶାଖାପାଟଣା, ପୂର୍ବ ଗୋଦାବରୀ, କୃଷ୍ଣା, ପଶ୍ଚିମ ଗୋଦାବରୀ, ୱାଇଏସଆର କଡାପା, କୁରନୁଲ, ଶ୍ରୀକାକୁଲମ ଓ ଗୁଣ୍ଟୁର ଜିଲ୍ଲା ସାମିଲ ଅଛି । ରାଜ୍ୟରେ ୯୦୦ କିଲୋମିଟର ସଡ଼କ କ୍ଷତିଗ୍ରସ୍ତ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ହେମା ମାଳିନୀ

ହାପି ବାର୍ଥ ଡେ ହେମା ମାଳିନୀ

Read More...

ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: