ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ

October 22, 2020, ଦେଶଦୁନିଆ, , Srabani Nayak
ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ
Srabani Nayak
[ Desk Head ]
Bhagyaprabha News Bureau
October 22, 2020

ଦେଶର ଅନ୍ୟତମ ବିଶିଷ୍ଟ ଲୋକପ୍ରିୟ ରାଜନୀତିଜ୍ଞ, ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଜି ହେଉଛି ଜନ୍ମଦିନ । ଶ୍ରୀ ଶାହା ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି ଅଜଣା କଥା -


- ୧୯୬୪ ମସିହା ଆଜିର ଦିନରେ ଅମିତ ଶାହା ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ରାଜନୀତିରେ ଶାହାଙ୍କୁ ଚାଣକ୍ୟ କୁହାଯାଉଛି । ବର୍ଷ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ବ୍ୟତୀତ ଅନ୍ୟ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ଅମିତ ଶାହାଙ୍କ ଯୋଗଦାନ ବୋଲି କୁହାଯାଇଥାଏ ।


-ପିଲାବେଳୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଜଡିତ ଥିଲେ । ଗୁଜରାଟରେ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅମିତ ଶାହ ଗୃହମନ୍ତ୍ରୀ ଥିଲେ ।୨୦୧୪ ମସିହା ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ସେହି ସମୟରେ ଦେଶର ଉତ୍ତର-ପୂର୍ବାଞ୍ଚଳ ସମେତ ବହୁ ରାଜ୍ୟରେ ବିଜେପି ସରକାର ଗଠନ କରିଥିଲା ।


- ୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ବିଜେପିର ନିର୍ବାଚନ ପ୍ରଚାର କଥା ବୁଝିବା ସହ ନିଜେ ଦଳ ପାଇଁ ପ୍ରଚାର କରୁଥିଲେ । ଦଳକୁ ୩୦୩ଟି ଆସନ ମିଳିଲା । ବିଜେପି ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କଲା । ସେ ଗାନ୍ଧିନଗର ଆସନରୁ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।


- ୨୦୧୪ ମସିହାରେ ନିର୍ବାଚନ ସମୟରେ ସେ ବିଜେପିର ଉତ୍ତରପ୍ରଦେଶ ଇନଚାର୍ଜ ଥିଲେ । ସାଧାରଣ ନିର୍ବଚନରେ ବିଜେପି ଓ ତାର ମିତ୍ରଦଳଗୁଡିକ ୮୦ ଆସନ ମଧ୍ୟରୁ ୭୩ଟି ଆସନ ହାସଲ କରିଥିଲେ ।


- ସେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ୫ବର୍ଷ ୬ମାସ ରହିଥିଲେ । ଏହି ସମୟ ମଧ୍ୟରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିଛି ।


-ଆଜି ଶାହାଙ୍କ ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ , କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ନେତାମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ପତ୍ର ଲେଖି ଶୁଭେଚ୍ଚା ଜଣାଇଛନ୍ତି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋରଡ଼ ବିଙ୍ଗାପିତ ଅଞ୍ଚଳ ତରଫରୁ ସଚେତନତା ରାଲି

ସୋରଡ଼ ବିଙ୍ଗାପିତ ଅଞ୍ଚଳ ତରଫରୁ ସଚେତନତା ରାଲି

Read More...

ଆଜି ନୌସେନାରେ ସାମିଲ ହେଲା ଆଣ୍ଟି-ସବମେରାଇନ ଯୁଦ୍ଧ ଜାହାଜ INS କଭାରତୀ

ଆଜି ନୌସେନାରେ ସାମିଲ ହେଲା ଆଣ୍ଟି-ସବମେରାଇନ ଯୁଦ୍ଧ ଜାହାଜ INS କଭାରତୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: