ହୁ ହୁ ହୋଇ ବଢୁଛି ପିଆଜ ଦର

October 23, 2020, ଓଡ଼ିଶା, , BHAGYAPRABHA NEWS
ହୁ ହୁ ହୋଇ ବଢୁଛି ପିଆଜ ଦର
BHAGYAPRABHA NEWS
[ INPUT ]
Bhagyaprabha News Bureau
October 23, 2020

ହୁ ହୁ ହୋଇ ବଢ଼ୁଛି ପିଆଜି ଦର । ଗୋଟିଏ ମାସ ଭିତରେ ପିଆଜ ଦର ଦୁଇଗୁଣା ହେଲାଣି । ଯେଉଁ ପିଆଜ ସେପ୍ଟେମ୍ବର ମାସରେ କିଲୋପିଛା ୩୦ରୁ ୩୫ ଟଙ୍କାରେ ମିଳୁଥିଲା ଆଜି ସେହି ପିଆଜ ଦର କିଲୋପିଛା ୮୦ ଟଙ୍କାରେ ପହଁଚିଲାଣି । ଏହା ଖାଉଟିଙ୍କୁ ସିଧାସଳଖ ପ୍ରଭାବିତ କରିଛି । ତେବେ ପିଆଜ ଅମଳ ହେଉଥିବା ରାଜ୍ୟରେ ବର୍ଷା ଯୋଗୁଁ ପିଆଜ ନଷ୍ଟ ହୋଇଯିବା କାରଣରୁ ଏଭଳି ଦର ବୃଦ୍ଧି ପାଇଥିବା ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ସମାନ କଥା କୁହାଯାଇଛି । ତେବେ କଳାବଜାରୀଙ୍କ ଉପରେ ଦୃଷ୍ଟି ରଖିବାକୁ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା । ଏଣିକି ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ଅନଲାଇନରେ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଓଡିଶାର ସାଢ଼େ ତିନି କୋଟି ଲୋକ ସିଧାସଳଖ ଏହି ବିଭାଗ ସହିତ ଯୋଡି ହୋଇ ରହିଛନ୍ତି । ତେଣୁ ସାଧାରଣ ଲୋକ ପରିବର୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବେ, ସେଥିପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଏଣିକି ଲୋକମାନେ ଘରେ ବସି ଏହି ସବୁ ସୁବିଧା ପାଇପାରିବେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି, ୫ଟି ଅଧିନରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ପ୍ରଭାସ

ହାପି ବାର୍ଥ ଡେ ପ୍ରଭାସ

Read More...

ବାହାରିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ

ବାହାରିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: