ଆଜି ଭାରତକୁ ଆସିବ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ

November 04, 2020, ଦେଶଦୁନିଆ, , BHAGYAPRABHA NEWS
ଆଜି ଭାରତକୁ ଆସିବ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 04, 2020

ପୁଣି ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି। କାରଣ ଶତ୍ରୁ ପକ୍ଷର ନିଜ ହଜାଇବାକୁ ଭାରତୀୟ ବାୟୁସେନାର ସାମିଲ ହେବ ବିଧ୍ୱଂସୀ ଯୁଦ୍ଧ ବିମାନ ରାଫେଲ। ପୂର୍ବରୁ ୫ଟି ରାଫେଲ ଜେଟ୍‌ ଭାରତୀୟ ବାୟୁସେନା ପାଖରେ ରହିଥିଲା। ଆସନ୍ତାକାଲି ଆଉ ୩ଟି ରାଫେଲ ଜେଟ୍‌ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। ପୂର୍ବଥର ପରି ଏଥର ମଧ୍ୟ ୩ଟି ଯାକ ରାଫେଲ ଜେଟ୍‌ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ମାଟିକୁ ସ୍ପର୍ଶ କରିବ। ବୁଧବାର ସନ୍ଧ୍ୟା ସୁଦ୍ଧା ରାଫେଲ ଭାରତରେ ପହଞ୍ଚି ସାରିଥିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।ଜୁଲାଇ ୨୮ରେ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଜେଟ୍‌ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।ଏହି ୫ଟି ରାଫେଲ ଜେଟ୍‌କୁ ଲଦାଖରେ ମୁତୟନ କରାଯାଇଛି। ଚାଇନା ସହ ସୀମା ବିବାଦ ବଢ଼ୁଥିବାରୁ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ରଖିଛନ୍ତି।ଏବେ ଆସିବାକୁ ଥିବା ୩ଟି ରାଫେଲ ଜେଟ୍‌ କେଉଁଠି ମୁତୟନ ହେବ ଜଣାପଡ଼ିନାହିଁ। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍ କଣିବାକୁ ଚୁକ୍ତି କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖୋଲିବ ସ୍କୁଲ: ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ ପାଠ ପଢା,  ଅଭିଭାବକ ରାଜି ନ ହେଲେ ଅନଲାଇନ ବ୍ୟବସ୍ଥା

ଖୋଲିବ ସ୍କୁଲ: ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ ପାଠ ପଢା, ଅଭିଭାବକ ରାଜି ନ ହେଲେ ଅନଲାଇନ ବ୍ୟବସ୍ଥା

Read More...

ଆଜିଠାରୁ ତିନି ଦିନିଆ ନେପାଳ ଗସ୍ତରେ ସେନା ମୁଖ୍ୟ ନରୱାନେ

ଆଜିଠାରୁ ତିନି ଦିନିଆ ନେପାଳ ଗସ୍ତରେ ସେନା ମୁଖ୍ୟ ନରୱାନେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: