କୋରାପୁଟରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

November 04, 2020, ଅପରାଧ, କୋରାପୁଟ, BHAGYAPRABHA NEWS
କୋରାପୁଟରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 04, 2020

କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ବୁଧବାର ଏକ ଗଞ୍ଜେଇ ଗାଡି ଜବତ ହୋଇଛି। ସେଥିରୁ ପ୍ରାୟ ୮ଶହ କେଜି ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଅଫୁଟାଫଫ ଗୁଳି ମିଳିଛି। ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବିଏସଏଫ ଓ ପୋଲିସର ମିଳିତ ଯାଞ୍ଚରେ ଏହା ସଫଳ ହୋଇପାରିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଦିନିକୁ ଦିନ ଗଞ୍ଜେଇ ବେପାର ବଢିବାରେ ଲାଗିଛି । ଗୋଟିଏ ପଟେ ପୋଲିସ ଘନଘନ ଗଞ୍ଜେଇ ଜବତ କରୁଥିବା ବେଳେ ଗଞ୍ଜେଇ ମାଫିଆମାନେ ଏହାକୁ ଖାତିରି ନ କରି ଅଧିକରୁ ଅଧିକ ଗଞ୍ଜେଇ ଚୋରାଚାଳାଣ କରିବାରେ ଲାଗିପଡିଛନ୍ତି। ଏଥିପାଇଁ ବୁଧବାର ମାଛକୁଣ୍ଡର ୧୫ ବାଟାଲିଅନ ବିଏସଏଫ ଏବଂ ମାଛକୁଣ୍ଡ ଓ କୋରାପୁଟ ପୋଲିସ ପକ୍ଷରୁ କୋରାପୁଟ-ମାଲକାନଗିରି ସୀମାନ୍ତବର୍ତ୍ତୀ ହନୁମାଲ ଗାଁ ନିକଟରେ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା। ସକାଳ ପ୍ରାୟ ୫ଟା ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ବୋଲେର ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦ୍ରୁତ ଗତିରେ ଆସୁଥିଲା। ଗାଡିକୁ ଦେଖି ପୋଲିସ ଅଟକାଇବାରୁ ଘଟଣାସ୍ଥଳରେ ଗାଡିକୁ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ପରେ ବିଏସଏଫ ଓ ପୋଲିସ ମିଳିତ ଭାବରେ ଗାଡିକୁ ଯାଞ୍ଚ କରିଥିଲେ। ସେଥିରୁ ପ୍ରାୟ ୮ଶହ କେଜି ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଅଫୁଟାଫଫ ଗୁଳି ମିଳିଥିଲା। ଯାହାର ହାରାହାରି ମୂଲ୍ୟ ଅନ୍ତରାଜ୍ୟରେ ୮୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: