ଆନ୍ଧ୍ରରେ ସ୍କୁଲ ଖୋଲିବାର ୩ ଦିନ ଭିତରେ ବ୍ୟାପିଲା କରୋନା, ୨୬୨ ଛାତ୍ରଛାତ୍ରୀ ସଂକ୍ରମିତ

November 06, 2020, ଶିକ୍ଷା, , BHAGYAPRABHA NEWS
ଆନ୍ଧ୍ରରେ ସ୍କୁଲ ଖୋଲିବାର ୩ ଦିନ ଭିତରେ ବ୍ୟାପିଲା କରୋନା, ୨୬୨ ଛାତ୍ରଛାତ୍ରୀ ସଂକ୍ରମିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 06, 2020

ଆନ୍ଧ୍ରପ୍ରଦେଶରେ ଗତ ୨ ତାରିଖରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲାଗି ସ୍କୁଲ ଖୋଲିଛି । କିନ୍ତୁ ସ୍କୁଲ ଖୋଲିବାର ମାତ୍ର ୩ ଦିନ ଭିତରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଏହା ସେଭଳି ଚିନ୍ତାଜନକ ବିଷୟ ନୁହେଁ ବୋଲି ରାଜ୍ୟର ସ୍କୁଲ ଶିକ୍ଷା କମିଶନର ଭି. ଚିନ୍ନା ବୀରଭଦ୍ରୁଡୁ କହିଛନ୍ତି ।ତାଙ୍କ କହିବାନୁଯାୟୀ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ସଂକ୍ରମଣ ହାର ବହୁତ କମ୍‌ । ଏପରିକି ଏହା ୦.୧ ପ୍ରତିଶତ ମଧ୍ୟ ନୁହେଁ । ତା'ଛଡା ସ୍କୁଲରେ ବ୍ୟାପକ ସୁରକ୍ଷା ଓ ସତର୍କତା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ପ୍ରତି ଶ୍ରେଣୀରେ ୧୫/୧୬ ଜଣ ଛାତ୍ରଛାତ୍ରୀଙ୍କ ବସିବାର ବ୍ୟବସ୍ଥା କରାଯାଇଛି ।ରାଜ୍ୟରେ ଏବେ ନବମ ଦଶମରେ ୯ ଲକ୍ଷ ୭୫ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି । ସ୍କୁଲ ଖୋଲିବା ପରେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି । ସେହିଭଳି ରାଜ୍ୟରେ ୧ ଲକ୍ଷ ୧୧ ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଉରକେଲାରେ ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲାରେ ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ

Read More...

ଲର୍ଣ୍ଣର ଲାଇସେନ୍ସ ପାଇଁ 12ରୁ ହେବ ସ୍ଲଟ ବୁକିଂ

ଲର୍ଣ୍ଣର ଲାଇସେନ୍ସ ପାଇଁ 12ରୁ ହେବ ସ୍ଲଟ ବୁକିଂ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: