ସାହିବାସିନ୍ଦାଙ୍କୁ ଆକ୍ରମଣ ଓ ପୂଜା ମଣ୍ଡପ ଭଙ୍ଗାରୁଜା ମାମଲା ; ଅଭିଯୁକ୍ତ ଅଟକ

November 08, 2020, ଅପରାଧ, ଗଞ୍ଜାମ, Kiran Behera
ସାହିବାସିନ୍ଦାଙ୍କୁ ଆକ୍ରମଣ ଓ ପୂଜା ମଣ୍ଡପ ଭଙ୍ଗାରୁଜା ମାମଲା ; ଅଭିଯୁକ୍ତ ଅଟକ
Kiran Behera
[ Reporter,Digapahandi ]
Bhagyaprabha News Bureau
November 08, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାରିକସାହିର ବୃନ୍ଦାବତୀ ପୂଜା ମଣ୍ଡପ ଭଙ୍ଗାରୁଜା ଓ ସାହି ବାସିନ୍ଦାଙ୍କୁ ଗାଳି ଗୁଲଜ କରି ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଗତ ଗୁରୁବାର ସନ୍ଧ୍ୟା ରେ ବୃନ୍ଦାବତୀ ମଣ୍ଡପରେ ସାନ୍ଧ୍ୟ ପୂଜା କୀର୍ତ୍ତନ ଚାଲିଥିବା ବେଳେ ସାହିର ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ସେଠାରେ ପହଞ୍ଚି ଉପସ୍ଥିତ ସାହି ବାସିନ୍ଦାଙ୍କୁ ଆକ୍ରମଣ କରିବା ସହ ମଣ୍ଡପରେ ଥିବା ତୁଳସୀ ଗଛ ଓପାଡି ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସିଏଚ୍ . ରାଜେନ୍ଦ୍ର ଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୨୬୩/୨୦ ଦଫା - ୨୯୪/୩୨୩/୩୪୧/୫୦୬/୩୪ ଅନୁଯାୟୀ ଅଭିଯୁକ୍ତ ବାପ ପୁଅ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି। ନିୟମାନୁଯାୟୀ ସୋମବାର କୋଭିଡ ପରୀକ୍ଷା ରିପୋର୍ଟ ମିଳିବା ପରେ ଥାନାରେ ଅଟକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ମାଧବ ଚନ୍ଦ୍ର ଟାକିରୀ ଜଣାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏକଲବ୍ୟ ପୁରସ୍କାର ପାଇବେ ନମିତା ଟପ୍ପୋ

ଏକଲବ୍ୟ ପୁରସ୍କାର ପାଇବେ ନମିତା ଟପ୍ପୋ

Read More...

ଜୋ ବାଇଡେନ ଓ କମଲା ହେରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଜୋ ବାଇଡେନ ଓ କମଲା ହେରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: