ଲାଲକୃଷ୍ଣ ଆଡଭାନୀଙ୍କର ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

November 08, 2020, ଦେଶଦୁନିଆ, , BHAGYAPRABHA NEWS
ଲାଲକୃଷ୍ଣ ଆଡଭାନୀଙ୍କର ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 08, 2020

୯୨ ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ତାଙ୍କୁ ଭେଟି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବାସଭବରେ ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଥିଲେ ।ଜନ୍ମଦିନରେ କେକ୍ କାଟିଥିଲେ ଆଡଭାନୀ । ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ହାତରେ କେକ୍ ଖୁଆଇଥିଲେ । ଆଡଭାନୀ ବି ମୋଦିଙ୍କୁ ଖୁଆଇଥିଲେ କେକ୍ ।ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ସେମାନେ ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପରେ ସେମାନେ ଆଡଭାନୀଙ୍କ ସହ କିଛି ସମୟ କଥା ହୋଇଥିଲେ । ୨୦୦୨-୨୦୦୪ ଯାଏ ଅଟ୍ଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାଳରେ ଆଡଭାନୀ ଉପପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୦୪ ଯାଏ ସେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଆଡଭାନୀ ଥିଲେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

Read More...

ମାଲକାନଗିରିରେ ପୁଲିସ ମହାନିର୍ଦେଶକଙ୍କ ମାଓ ଦମନ କାର୍ଯ୍ୟର ସମୀକ୍ଷା

ମାଲକାନଗିରିରେ ପୁଲିସ ମହାନିର୍ଦେଶକଙ୍କ ମାଓ ଦମନ କାର୍ଯ୍ୟର ସମୀକ୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: