କାଳିଆ ଯୋଜନା ନାଁଁରେ ଆଦିବାସୀ ମହିଳାଙ୍କୁ ଠକେଇ

November 10, 2020, ଅପରାଧ, ଗଞ୍ଜାମ, Kiran Behera
କାଳିଆ ଯୋଜନା ନାଁଁରେ ଆଦିବାସୀ ମହିଳାଙ୍କୁ ଠକେଇ
Kiran Behera
[ Reporter,Digapahandi ]
Bhagyaprabha News Bureau
November 10, 2020

ସରକାରୀ ଯୋଜନା ପାଇବା ଆଶାରେ ବିଭିନ୍ନ ସମୟରେ ମହିଳା ତଥା ଅସହାୟ ଲୋକମାନେ ସାଧାରଣ ଲୋକଙ୍କ ଉପରେ ବିଶ୍ବାସ ଜନ୍ମାଇ ଟଙ୍କା ଦେବାକୁ ପଛାଉ ପାଉନଥିବା ଶେଷରେ ଠକାମୀର ଶିକାର ଦେଖିବାକୁ ମିଳୁଥିବା ଜଣାପଡିଛି । ଏଭଳି ଘଟଣା ପୁଣିଥରେ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଅଧିନସ୍ଥ ଚଢ଼େୟାଗରଦ ଗ୍ରାମରେ । ନିରୀହ ଆଦିବାସୀ ମହିଳାଙ୍କୁ କାଳିଆ ଯୋଜନା କରାଇଦେବି କହି ଟଙ୍କା ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରୁଖା ମଳିକ, ଦୌପତି ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାଙ୍କ ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ମାନଙ୍କ ଠାରୁ ଲୁଟ୍ ହୋଇଛି । ସୂଚନା ପ୍ରକାରେ , ରବିବାର ଦିନ ସାନଡୁୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନାମକ ଜଣେ ଯୁବକ ନିରୀହ ମହିଳା ଆଦିବାସୀ ମାନଙ୍କୁ କାଳିଆ ଯୋଜନାରେ ନାମ ଲଗାଇଦେବି କହିି ଆଧାର ନମ୍ବର ଓ ବ୍ୟାଙ୍କ ଖାତାର ତଥ୍ୟ ମାଗିଥିଲା। ଆଜି ପୁଣି ମହିଳା ମାନଙ୍କୁ ବ୍ୟାଙ୍କ ଖାତା ନେଇ ଗୋକର୍ଣପୁର ଜନସେବା କେନ୍ଦ୍ରକୁ ଆସିିବା ପାଇଁ କହିଥିଲା । କୃଷ୍ଣ ସେଠୀର କଥା ଅନୁଯାୟୀ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଗୋକର୍ଣ୍ଣପୁର ଜନସେବା କେନ୍ଦ୍ରକୁ ଆସିଥିଲେ। ସେଠାରେ ତୁମ ବ୍ୟାଙ୍କ ଖାତାକୁ ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସେମାନଙ୍କ ଖାତାରୁୁ ୩୯୦୦୦ ଟଙ୍କା ବାହାର କରି ଅନ୍ୟ ଏକ ଆକାଉଣ୍ଟରେ ଜମା କରିଦେଇଥିଲା । ସେମାନଙ୍କ ଟଙ୍କା କଟିିବା ପରେ ମହିଳା ମାନେ ଯୁୁବକ ଜଣକୁ ଅଟକ ରଖିି ପୋଲିସକୁ ଖବର ଦେଇଥିଲେେ । ପୋଲିିସ ଘଟଣା ସ୍ଥଳରେ ପହଂଚିି ଯୁୁୁବକକୁ ଧରି ଥାନାକୁ ଆଣି ପଚରାଉଚରା ସମୟରେ ବିିଭିନ୍ନ ସରକାରୀ କାର୍ଯ୍ଯାଳୟର ସିିଲ୍ ଓ ଅନ୍ୟ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଏହାର ଉପଯୁକ୍ତ ତଦନ୍ତ କରାଗଲେ ଏହି ଠକେଇରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଏବଂ ଏହାର ଚେର କେତେେଦୂର ଲମ୍ବିଛି ତାହା ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୀତ ଅଧିବେଶନରେ କରୋନାର ପ୍ରକୋପ ବୃଦ୍ଧି ଆଶଙ୍କା ନେଇ ଲୋକଙ୍କୁ ସଚେତନ : ତହସିଲଦାର

ଶୀତ ଅଧିବେଶନରେ କରୋନାର ପ୍ରକୋପ ବୃଦ୍ଧି ଆଶଙ୍କା ନେଇ ଲୋକଙ୍କୁ ସଚେତନ : ତହସିଲଦାର

Read More...

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: