ଆଜିି ଧନତେରାସ

November 13, 2020, ବିଶେଷ, , BHAGYAPRABHA NEWS
ଆଜିି ଧନତେରାସ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 13, 2020

ଆଲୁଅର ପର୍ବ ଦୀପାବଳୀ ପୂର୍ବରୁ ପାଳିତ ହୁଏ ଧନତେରସ । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆୟୁର୍ବେଦର ଦେବୀଙ୍କ ପର୍ବ ଭାବେ ପାଳିତ ହେଉଥିବା ଏହି ପର୍ବ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଏକ ପ୍ରମୁଖ ପର୍ବର ରୂପ ନେଇଛି । ସୁନା ଗହଣା ବ୍ୟବସାୟୀମାନେ ଏହାକୁ ବଡ ଆକାରରେ ପାଳନ କରିଥାନ୍ତି । ଏହା ପଛର କାରଣ ହେଉଛି, ଲୋକଙ୍କ ବିଶ୍ୱାସ ଅଛିଯେ , ଏହି ଧନତେରସ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ତେଣୁ ଗହଣା ବ୍ୟବସାୟୀ ଏହି ଅବସରରେ ବେଶ୍ ଅଫରର ବର୍ଷା ବି କରିଥାନ୍ତି ।


-ଏହି ଦିନ କୁବେର ଦେବତା ଏବଂ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଏହାଦ୍ୱାରା ଧନ-ସମ୍ପଦ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ଧନତେରାସ ଦିନ ଜିନିଷ କିଣିବାର ମଧ୍ୟ ବହୁତ ପ୍ରଚଳନ ରହିଛି। କିନ୍ତୁ ଶାସ୍ତ୍ରରେ କିଛି ଜିନିଷ ଏମିତି ରହିଛି ଯାହାକୁ ଏହି ଦିନରେ କିଣିବା ଦ୍ୱାରର ଆପଣ ଦାରିଦ୍ର ସହ କାଙ୍ଗାଳ ହୋଇପାରନ୍ତି। ତାହେଲେ ଆସନ୍ତୁ ଜାଣିବା ଧନତେରାସ ଦିନ କେଉଁ ଜିନିଷ କିଣିବା ଅନୁଚିତ।


- ଧନତେରସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି । ଏହି ଦିନ ଲୋକମାନେ ସୁନା ଗହଣା ଦୋକାନରୁ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଏପଟେ ସାଧାରଣ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ଜ୍ୱେଲର୍ସ ବିଭିନ୍ନ ଅଫର ସହ ଗହଣା ବିକ୍ରି କରୁଛନ୍ତି । କରୋନା ସଂକ୍ରମଣ ପରେ ସାରା ଦେଶ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଏବେ ସୁଧାର ହେବା ସହ ବଜାରରେ ବି ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଧନତେରସରେ ଲୋକଙ୍କ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି ଜୁଏଲାରୀ ଦୋକାନୀ । କେଉଁଠି ଫ୍ଲାଟ୍ ରିହାତି ରହିଛି ତ ଆଉ କେଉଁଠି ଗହଣା ଅନୁସାରେ ବିଭିନ୍ନ ଅଫର ରହିଛି । ଲୋକଙ୍କ ସୁଲଭ ମୂଲ୍ୟରେ ଭଲ ମାନର ସୁନା, ଗହଣା ବିକ୍ରି କରିବାକୁ ଦିଆଯାଇଛି ପ୍ରାଥମିକତା ।


-ମାନ୍ୟତା ରହିଛି ଏହି ଦିନରେ କଇଁଚି, ଛୁରୀ ଭଳି ଧାରୁଆ ଜିନିଷ କିଣିବା ଅନୁଚିତ। ଏହାସହିତ ଧନତେରାସ ଦିନ ତେଲ କିଣିବା ମଧ୍ୟ ଅଶୁଭ ଧରାଯାଏ।ଏହି ଦିନରେ ଲୋକମାନେ ଖାସ କରି ବାସନକୁସନ କିଣନ୍ତି। କିନ୍ତୁ କାଚ ଜିନିଷ କିଣିବା ଠାରୁ ଯେପରି ଦୂରେଇ ରୁହନ୍ତି। ବାସ୍ତୁ ଅନୁଯାୟୀ ଆଇନା କିମ୍ବା କାଚର କୌଣସି ଜିନଷ କିଣିବା ଅଶୁଭ ଧରାଯାଏ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀୱାଲିର ଶୁଭକାମନା ଜଣାଇଲେ ବିଗ୍ ବି

ଦୀୱାଲିର ଶୁଭକାମନା ଜଣାଇଲେ ବିଗ୍ ବି

Read More...

୨ ଘଣ୍ଟା ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

୨ ଘଣ୍ଟା ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: