ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

November 13, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
November 13, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ପଦୋନ୍ନତି ପ୍ରାପ୍ତ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡ଼ିଛି । ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ମୁଖ୍ୟ କିରାଣୀ ଶ୍ରୀନିବାସ ପଟ୍ଟନାୟକ , ବରିଷ୍ଠ କିରାଣୀ ଓମକାର ପଟ୍ଟନାୟକ , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ , ସିଦ୍ଧେଶ୍ଵର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚତୁର୍ଥ ସ୍ତରରୁ ପଦୋନ୍ନତି କରି ପ୍ରଧାନଶିକ୍ଷକ ଭାବେ ମନୋନୀତ ହୋଇଥିବା ବେଳେ ଏମାନଙ୍କୁ ଫୁଲ ଓ ମିଠା ଦିଆଯାଇ ସମ୍ମାନିତ କରାଯାଇଥିଲା । କାମେଶ୍ବର ଆଚାର୍ଯ୍ୟ ସିଏଚ. ଟିକରପଡା , ପ୍ରଶାନ୍ତ ପଟ୍ଟନାୟକ ଭୀଷ୍ମଗିରୀ , କୁଞ୍ଜବିହାରୀ ମିଶ୍ର ଦାଉଣୀ , ପ୍ରଶ୍ନ କୁମାର ରଥ ଜକର , ମିନତୀ କୁମାରୀ ମିଶ୍ର କଇଠଖଣ୍ଡି , ପୁଷ୍ପାଞ୍ଜଳି ପ୍ରଧାନ ବି.ଏଲ୍ . ଏନ୍ .ପୁର , ଧେଣ୍ଡି ରଚିତ ଗଡସାମନ୍ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ଭାବେ ମନୋନୀତ ହୋଇଥିବା ଜଣାପଡିଛି । ତେବେ ଗୋପୀନାଥ ପଟ୍ଟନାୟକ ନିଜ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ନିଜ ପଦୋନ୍ନତି ପଦକୁ ପ୍ରତ୍ୟାଖ୍ୟାନ କରି ପୂର୍ବଭଳି କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ଚାହୁଁଛନ୍ତି । ଏହି ସମ୍ବର୍ଦ୍ଧିତ ଅବସରରେ ଶିକ୍ଷା ଜିଲ୍ଲା ସଂପାଦକ ସନାତନ ପଟ୍ଟନାୟକ , ସିଆରସିସି ଉପେନ୍ଦ୍ର ପଣ୍ଡା , ବଳରାମ ବେହେରା , ଶିକ୍ଷକ ବାୟା ଗୈାଡ , ଦାମୋଦର ପାଢୀ , ଭଗବାନ ପାଢ଼ୀ , ଏଲ୍. କୃଷ୍ଣମୂର୍ତ୍ତି ଦୋରା , ଗଣେଶ ପାଢ଼ୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀରେ ଭାସୁଛି ୨ ଟନ୍ ମଲା ମାଛ

ପୋଖରୀରେ ଭାସୁଛି ୨ ଟନ୍ ମଲା ମାଛ

Read More...

ଭୀଷ୍ମଗିରିରେ

ଭୀଷ୍ମଗିରିରେ "ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ" ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: