ବାଣିଜ୍ୟିକ ମାମଲାଗୁଡିକର ବିଚାର ପାଇଁ ପ୍ରତିଷ୍ଠା ହେବ ବାଣିଜ୍ୟିକ କୋର୍ଟ

November 13, 2020, ଓଡ଼ିଶା, , BHAGYAPRABHA NEWS
ବାଣିଜ୍ୟିକ ମାମଲାଗୁଡିକର ବିଚାର ପାଇଁ ପ୍ରତିଷ୍ଠା ହେବ ବାଣିଜ୍ୟିକ କୋର୍ଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 13, 2020

ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି । ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ ଏତଦ୍ୱାରା କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟ ଗୁଡିକ ସହିତ ପ୍ରତିଷ୍ଠିତ ହେବ ।ଏହି ବାଣିଜ୍ୟିକ କୋର୍ଟ ଗୁଡିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଏବଂ ଗଜପତି ଜଜ୍ ସିପ୍ ଗୁଡିକର ଅଧିକାରିତାରେ ସୀମିତ ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏ ନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Read More...

ରାଜ୍ୟରେ ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: