ଆଜି ଆଲୋକର ପର୍ବ ଦୀପାବଳି

November 14, 2020, ବିଶେଷ, , BHAGYAPRABHA NEWS
ଆଜି ଆଲୋକର ପର୍ବ ଦୀପାବଳି
BHAGYAPRABHA NEWS
[ INPUT ]
Bhagyaprabha News Bureau
November 14, 2020

ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ । ଦୀପ ପ୍ରଜ୍ୱଳିତ କରି ଉତ୍ସବ ପାଳନ କରିବାର ଦିନ ହେଉଛି ଦୀପାବଳି । ତେବେ ଚଳିତ ବର୍ଷ କରୋନା ମହାମାରୀକୁ ନେଇ ଆମ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଏଥିଯୋଗୁ ବାଣ ବଜାର ପ୍ରଭାବିତ ହୋଇଥିବା ବେଳେ ଘରେ ଦୀପ ଜଳାଇ, ପରସ୍ପରକୁ ମିଠା ଖୁଆଇ ଏହି ପର୍ବ ପାଳନ ନିମନ୍ତେ ଉତ୍ସାହ ଦେଖାଦେଇଛି।ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା। ଆତସବାଜୀ ଓ ଆଲୋକମାଳାରେ ଘରକୁ ସଜାଇ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠାମିଠାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ ଆନନ୍ଦର ସହ ଏହି ପାଳନ କରିବାର ପରମ୍ପରା ରହିଛି । ସାରା ଦେଶ ତଥା ବିଦେଶରେ ମଧ୍ୟ ଦୀପାବଳି ଉତ୍ସବ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଆମ ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସରକାର । ଏଥିଯୋଗୁଁ ଉତ୍ସବ ପାଳନ ମଧ୍ୟ ପ୍ରଭାବିତ ହୋଇଛି । ଏପଟେ ବଜାରରେ ଦୀପ, ଧୂପ, ମହମବତୀ ସହ ଇଲେକ୍ଟ୍ରିକ୍ ଆଲୋକମାଳା କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଧ୍ୟପ୍ରଦେଶ ଶିବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ମଧ୍ୟପ୍ରଦେଶ ଶିବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

Read More...

ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: