ତାରାସିଂ ମାଁ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ବଳୀ ପ୍ରଥା

March 16, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ତାରାସିଂ ମାଁ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ବଳୀ ପ୍ରଥା
Bhagyaprabha News Bureau
March 16, 2019

ଭଂଜନଗର:-ଗଞ୍ଜାମ ଜିଲ୍ଲା ତାରାସିଂ ରଣଘଣ୍ଟା ଯାତ୍ରା ଉଦଯାପିତ ହୋଇଯାଇଛି। କାହିଁ କେଉଁ କାଳରୁ ମାଆ ଙ୍କ ପିଠରେ ବଳୀ ପ୍ରଥା ହୋଇ ଆସୁଥିଲା। ମା ଙ୍କ ପିଠ ରକ୍ତ ରଞ୍ଜିତ ହେଉଥିଲା। ଏଥର ପ୍ରଥମଥର ପାଇଁ ଏହି ବଳୀ ପ୍ରଥା ବନ୍ଦ ହୋଇଥିଲା।



ଭଂଜନଗର ଏସ୍.ଡି.ପି.ଓ ଶୁଭ୍ରାଶୁ° ଶେଖର ମିଶ୍ର ଓ ତାରାସିଂ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ଙ୍କ ଉଦ୍ୟମ ଶେଷରେ ସଫଳ ହୋଇଛି। ତାରାସିଂ ରଣଘଣ୍ଟା ଯାତ୍ରା କମିଟି ଓ ପୁଲିସ୍ ମଧ୍ୟରେ ଆଲୋଚନା ହେବା ପରେ ବଳୀ ପ୍ରଥା ର ପୁଣ୍ନ ଛେଦ ପଡିଛି। ଏହି ପିଠରେ ଅତୀତରେ ବହୁ ପଶୁପକ୍ଷୀ ବଳୀ ପଡୁଥିଲା। କେଉଁ କାଳରୁ ମାଁ ରଣଘଣ୍ଟା ଙ୍କ ପିଠରେ ବ୍ରିଟିଶ ବିରୁଦ୍ଧରେ ଲଢେଇ କରିବା ପାଇଁ ଘୁମୁସର ର ଯୋଦ୍ଧା ମାନେ ମାଁ ଆରଧନା କରିବା ସହିତ ବଳୀ ଦେଉଥିଵା କୁହାଯାଏ ।



ମାଁ ଙ୍କ ପିଠରେ ଥିବା ଘଣ୍ଟା କୁ ବଜାଇ ବ୍ରିଟିଶ ବିରୁଦ୍ଧରେ ରଣ ହୁଙ୍କାର ଦେବାସହ ରାଜା ଓ ପ୍ରଜା ମେଳି ହେଉଥିଲା। ଏଠାରେ ହିଁ ଯୁଦ୍ଧପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରୁଥିଲେ। ସବୁ ନିତିକ୍ରାନ୍ତି ନିନ୍ନାୟକ ସମୟରେ ଅତି ଶାନ୍ତିର ସହିତ ହୋଇଜାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ପାଇଁ ବହୁ ପୁଲିସ୍ ଓ ସଜାଗ ଥିବା ଦେଖିବାକୁ ମିଳିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତ ଛାଡିଲେ ପ୍ରକାଶ

ହାତ ଛାଡିଲେ ପ୍ରକାଶ

Read More...

ବୁଢୀ ଠାକୁରାଣୀ ଯାତ୍ରା ପାଇଁ  ପ୍ରସ୍ତୁତି ଆରମ୍ଭ

ବୁଢୀ ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: