ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ୯୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

November 17, 2020, ଅପରାଧ, ଗଞ୍ଜାମ, Kiran Behera
ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ୯୦ ହଜାର ଟଙ୍କା ଲୁଟ୍ ଅଭିଯୋଗ
Kiran Behera
[ Reporter,Digapahandi ]
Bhagyaprabha News Bureau
November 17, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅଧିନସ୍ଥ ନିମଖଣ୍ଡିପେଣ୍ଠ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ସୋମବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବରପ୍ରକାରେ , ସୋମବାର ଦିନ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଘ୍ନେଶ୍ୱର ଆଚାର୍ଯ୍ୟ , ସହକାରୀ ରାଜସ୍ବ ନିରୀକ୍ଷକ ଭଗବାନ ପାତ୍ର ନିଜ କାର୍ଯ୍ୟ ସାରି ସନ୍ଧ୍ୟା ୫ ଟାରେ କାର୍ଯ୍ୟାଳୟର ସମସ୍ତ ତାଲା ବନ୍ଦ କରି ଚାଲି ଯାଇଥିଲେ । ତେବେ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ପାଚେରୀ ଡେଇଁ ମୁଖ୍ୟ ଫାଟକ ତାଲା କଟର ମେସିନ ସାହାଯ୍ୟରେ କାଟି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଏହାପରେ ବିଦ୍ୟୁତ ସରବରାହ ମଧ୍ୟ କାଟି ଡ୍ରୋ ଭିତରେ ରହିଥିବା ସମସ୍ତ ଆଲମାରୀ ଚାବି ନେଇ ଆଲମାରୀ ଖୋଲିବା ପରେ କାଗଜପତ୍ର ଘଣ୍ଟାଘଣ୍ଟି କରିଛନ୍ତି । ତେବେ ଅନ୍ୟ ରୁମରେ ଥିବା ଲକର ଚାବି ଭାଙ୍ଗି ସେଥିରେ ଥିବା ୯୦ ହଜାର ଟଙ୍କା ଲୁଟି ପଛ କବାଟ ଭାଙ୍ଗି ପଳାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ କାଗଜପତ୍ର ଓ ଲାପଟପ୍ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲେ ମଧ୍ୟ ସେଗୁଡିକୁ ଦୁର୍ବୃତ୍ତ ମାନେ ନେଇନଥିବା ଜଣାପଡିଛି । ମଙ୍ଗଳବାର ସକାଳୁ ପ୍ରତ୍ୟେକ ଦିନ ଭଳି କର୍ମଚାରୀ ପ୍ରକାଶ ମଲ୍ଲିକ କାର୍ଯ୍ୟାଳୟ ତାଲା ଖୋଲିବା ପାଇଁ ଯିବା ସମୟରେ ତାଲା ଭାଙ୍ଗିଥିବା ଜାଣି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇଥିଲେ । ଏହାପରେ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ପୋଲିସ ଥାନାରେ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତନ ସାଂସଦ ନିତ୍ୟାନନ୍ଦଙ୍କ ୭୬ ତମ ଜୟନ୍ତୀରେ ରକ୍ତଦାନଶିବିର

ପୂର୍ବତନ ସାଂସଦ ନିତ୍ୟାନନ୍ଦଙ୍କ ୭୬ ତମ ଜୟନ୍ତୀରେ ରକ୍ତଦାନଶିବିର

Read More...

ସ୍ବାଭିମାନ ଅଞ୍ଚଳକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ

ସ୍ବାଭିମାନ ଅଞ୍ଚଳକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: