୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତି ସ୍ୱାକ୍ଷର

November 17, 2020, ଦେଶଦୁନିଆ, , BHAGYAPRABHA NEWS
୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତି ସ୍ୱାକ୍ଷର
BHAGYAPRABHA NEWS
[ INPUT ]
Bhagyaprabha News Bureau
November 17, 2020

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି (ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) ସେକ୍ଟରରେ ଭାରତ ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିଛି।ଆଗାମୀ ଦିନରେ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ।ଏହି ଅବସରରେ ଶ୍ରୀ ପ୍ରଧାନ ଇ ଏବଂ ପି ବ୍ଲକର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦ୍ୱାରା ତୈଳ ଏବଂ ଗ୍ୟାସ କ୍ଷେତ୍ରରେଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ।ଓଏଏଲପିରେ ଏନଇଏଲପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି । ପୂର୍ବରୁ ଅନ୍ୱେଷଣ ଏକ୍ରେଜରେ ୮୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ ଦ୍ୱାରା ଏହା ପାଖାପାଖି ବଢି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ସେ କହିଛନ୍ତି।ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିବା ବେଳେ କୋଭିଡ୍ ମହାମାରୀ ସତ୍ତ୍ୱେ ବିଡ଼ିଂ ଜୁନ ୩୦ରେ ସମାପ୍ତ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୁକାବିଲାରେ ଗଞ୍ଜାମ ମଡ଼େଲ ବିଶ୍ୱ ପ୍ରଶଂସିତ

କରୋନା ମୁକାବିଲାରେ ଗଞ୍ଜାମ ମଡ଼େଲ ବିଶ୍ୱ ପ୍ରଶଂସିତ

Read More...

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ଦୋଷୀ  : ମୋଦୀ

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ଦୋଷୀ : ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: