ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

November 18, 2020, ଦେଶଦୁନିଆ, , BHAGYAPRABHA NEWS
ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 18, 2020

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବହୁ ନେତା ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ଅମିତ୍ ଶାହା ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ପୂର୍ବ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କ ଦେହାନ୍ତ ଏକ ବଡ ଦୁଃଖଦ ଖବର । ସେ ଆଜୀବନ ରାଷ୍ଟ୍ର, ସମାଜ ଓ ସଂଗଠନ ପାଇଁ କାମ କରିଛନ୍ତି । ଏହା ସହ ସେ ଜଣେ ଖ୍ୟାତନାମା ଲେଖିକା ଭାବେ ସାରା ଦେଶରେ ପରିଚିତ । ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି ।ଏହାସହ ବିହାର ବେଗୁସରାଇ ସାଂସଦ ଗିରୀରାଜ ସିଂ ବି ମୃଦୁଳାଙ୍କ ଦେହାନ୍ତ ପରେ ଟ୍ୱିଟ୍ ଯୋଗେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।ସେ କହିଛନ୍ତି କି ମୃଦୁଳାଙ୍କ ଦେହାନ୍ତ ବିଜେପି ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ।ମୃଦୁଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ । ସେ ୨୭ ନଭେମ୍ବର ୧୯୪୨ ମସିହାରେ ବିହାର ମୁଜାଫରନଗରର ଛାପରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରାଜନୀତି ବ୍ୟତିତ ସେ ଜଣେ ସୁଲେଖକ ଭାବେ ପରିଚିତ ଥିଲେ । ସେ ତାଙ୍କ ଜୀବନକାଳରେ ୪୬ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଏହା ବ୍ୟତୀତ ସେ ରାଜମାତା ବିଜୟରାଜେ ସିନ୍ଧିଆଙ୍କ ଜୀବନୀ ଲେଖି ବେଶ୍ ଚର୍ଚ୍ଚାକୁ ଆସିଥିଲେ ।ସେ ବିଜେପି ସହିତ ନିଜର ରାଜନୈତୀକ ଜୀବନ ଆରମ୍ଭ କରିଥିଲେ । ମୃଦୁଳା ସିହ୍ନା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ସେ ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟର କେନ୍ଦ୍ର ସାମାଜିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ସବୁଠାରୁ ବଡ କଥା ସେ ଜୟପ୍ରକାଶ ନାରାୟଣଙ୍କ 'ସମଗ୍ର କ୍ରାନ୍ତି' ଆନ୍ଦୋଳନରେ ବି ଜଣେ ସଦସ୍ୟ ଥିଲେ । ମୃଦୁଳାଙ୍କ ସ୍ୱାମୀ ଡାକ୍ତର ରାମ କୃପାଳ ସିହ୍ନା ଜଣେ ଅଧ୍ୟାପକ ଥିଲେ । ଏହା ପରେ ସେ ବିହାର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ବି ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିକ୍ଷୋଭ

ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିକ୍ଷୋଭ

Read More...

୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ: ମୁଖ୍ୟମନ୍ତ୍ରୀ

୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ: ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: