ଆଜିଠାରୁ ୨ଦିବସୀୟ ୧୫ତମ ଜି-୨୦ ସମ୍ମିଳନୀ

November 21, 2020, ଦେଶଦୁନିଆ, , BHAGYAPRABHA NEWS
ଆଜିଠାରୁ ୨ଦିବସୀୟ ୧୫ତମ ଜି-୨୦ ସମ୍ମିଳନୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 21, 2020

ପଂଚଦଶ ଜି-୨୦ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀ ସହିତ ଯୋଡ଼ିହେବେ । ସାଉଦୀ ଆରବର କିଙ୍ଗ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଦୁଇ ଦିବସୀୟ ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ ।ଜି-୨୦ ଦେଶର ନେତାଙ୍କ ଏହା ହେଉଛି ୨ୟ ବୈଠକ । ଏହା ପୂର୍ବରୁ ମାର୍ଚ୍ଚ ୫ରେ ବୈଠକ ହୋଇଥିଲା । ଆଜିଠାରୁ ଆରମ୍ଭ ହେଉଥିବା ଜି-୨୦ ସମ୍ମିଳନୀରେ କରୋନା ମହାମାରୀର ପ୍ରଭାବ, ଭବିଷତର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଓ ଆର୍ଥିକ ବ୍ୟବସ୍ଥାକୁ ପୁଣି ଥରେ ସକ୍ରିୟ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ ।ତେବେ ଜି-୨୦ ସମ୍ମିଳନୀ ପୂର୍ବରୁ ରିୟାଦର ନୋଟରେ ଛପାଯାଇଥିବା ଭାରତର ଭୁଲ ମାନଚିତ୍ର ଚର୍ଚ୍ଚା ପାଲଟିଥିଲା ।୨୦ ରିୟାଲ ବ୍ୟାଙ୍କ ନୋଟ ଉପରେ ଭାରତର ଭୁଲ ମ୍ୟାପ ଛପାଯାଇଥିଲା, ଯେଉଁଥିରେ କି ଅବିଭକ୍ତ ଜମ୍ମୁ କଶ୍ମୀର ଓ ଲଦ୍ଦାଖକୁ ଭିନ୍ନ ଭାବରେ ଚିତ୍ରିତ କରାଯାଇଥିଲା ।ଜି-୨୦ ସମୂହ ଦେଶରେ ଆମେରିକା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ମ୍ୟାକ୍ସିକୋ, ରୁଷିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ୟୁନାଇଟେଡ କିଙ୍ଗଡମ ଓ ଇଉରୋପୀୟ ସଂଘ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
'ଶଗି ବେନ୍' ଉପନ୍ୟାସ ପାଇଁ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର

'ଶଗି ବେନ୍' ଉପନ୍ୟାସ ପାଇଁ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର

Read More...

କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବରରେ ଛଠ୍ ପର୍ବ ପାଳିତ

କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବରରେ ଛଠ୍ ପର୍ବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: