କମେଡିଆନ୍ ଭାରତୀ ସିଂହ ଗିରଫ

November 21, 2020, ଦେଶଦୁନିଆ, , BHAGYAPRABHA NEWS
କମେଡିଆନ୍ ଭାରତୀ ସିଂହ ଗିରଫ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 21, 2020

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହା ପରେ ଭାରତୀ ଓ ହର୍ଷଙ୍କୁ ହଜାର ହେବା ପାଇଁ ସମନ କରାଯାଇଥିଲା । ଦୁଇ ଜଣ ଏନସିବି ଅଫିସରେ ପହଞ୍ଚିବା ପରେ ପଚରାଉଚରା କରାଯାଇଥିଲା । ଦିନ ୩ଟା ପରଠାରୁ ପଚରାଉଚରା ପରେ ଭାରତୀଙ୍କୁ ଗିରଫ କରାଯାଇଥିବା ଏନସିବି ପକ୍ଷରୁ କୁହାଯାଇଛି । ଗତକାଲି ଜଣେ ଟ୍ରଗ୍ସ ପେଡଲରକୁ ଗିରଫ କରିଥିଲା ଏନସିବି । ଏହା ପରେ ଆଜି ଏନସିବି ଭାରତୀ ଓ ହର୍ଷ ଲିମ୍ବାଚିଆ ରହୁଥିବା ଘରେ ରେଡ କରିଥିଲା । ଏନସିବି ଅଫିସରେ ଭାରତୀ ଓ ହର୍ଷଙ୍କୁ ଅଲଗା ଅଲଗା ପଚରାଉଚରା କରାଯାଇଛି ।ପଚରାଉଚରା ବେଳେ ଭାରତୀ ଗଞ୍ଜେଇ ନେଉଥିବା କଥା ସ୍ବୀକାର କରିଥିବା ଜଣାପଡିଛି । ଭାରତୀ ଓ ହର୍ଷ ଦୁଇ ଜଣ ମିଶି ଗଞ୍ଜେଇ ନେଉଥିବା ସ୍ବୀକାର କରିଛନ୍ତି । ଚଢଉ ବେଳେ ଲାପଟପ୍, ମୋବାଇଲ ଓ ଟ୍ୟାବଲେଟ୍ ଜବତ କରାଯାଇଥିଲା । ଗିରଫ ପରେ ଭାରତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନିଆ ଚେନ୍ନାଇ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

ଦୁଇ ଦିନିଆ ଚେନ୍ନାଇ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

Read More...

ହାଜତ ମୃତ୍ୟୁ ପ୍ରସଙ୍ଗରେ ଶାସକକୁ ଘେରିଲେ ବିରୋଧୀ

ହାଜତ ମୃତ୍ୟୁ ପ୍ରସଙ୍ଗରେ ଶାସକକୁ ଘେରିଲେ ବିରୋଧୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: