ତପ୍ତପାଣି ଘାଟିରେ ମକା ବୋଝେଇ ଟ୍ରକ ଓଲଟି ହେଲପର ମୃତ

November 22, 2020, ଓଡ଼ିଶା, ଗଞ୍ଜାମ, Kiran Behera
ତପ୍ତପାଣି ଘାଟିରେ ମକା ବୋଝେଇ ଟ୍ରକ ଓଲଟି ହେଲପର ମୃତ
Kiran Behera
[ Reporter,Digapahandi ]
Bhagyaprabha News Bureau
November 22, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି- ରାୟଗଡ଼ା ମୁଖ୍ୟ ରାସ୍ତାର ତପ୍ତପାଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ କେତେ ନୀରିହ ଲୋକଙ୍କ ଜୀବନ ଯାଉଥିବା ବେଳେ ତ ଆଉ କେତେବେଳେ ଲୋକମାନେ ଗୁରୁତର ଆହତ ହେଉଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ବିଳମ୍ବିତ ରାତିରେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମକା ବୋଝେଇ ଟ୍ରକ (ଡାବ୍ଳୁବି ୩୩ ଏ୪୦୫୬) ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟି ନିକଟ କାଳିବୁରେଇ ଗ୍ରାମଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଘଟଣାସ୍ଥଳରେ ହେଲପର ଜଣକ ମୃତ ହୋଇଥିବା ସୂଚନା ମିଳିଥିବା ବେଳେ ଡ୍ରାଇଭର ଫେରାର ରହିଥିବା ଖବର ମିଳିପାରିଛି ।


ତେବେ ବିଳମ୍ବିତ ରାତିସୁଦ୍ଧା ମୃତକଙ୍କ ପରିଚୟ ଜଣାପଡିନାହିଁ । ଏନେଇ ପାଟପୁର ପୋଲିସ ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ଅଜୟ ବାରିକଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ

୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ

Read More...

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: