ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

November 23, 2020, ଦେଶଦୁନିଆ, , BHAGYAPRABHA NEWS
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର
BHAGYAPRABHA NEWS
[ INPUT ]
Bhagyaprabha News Bureau
November 23, 2020

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ସୋମବାର ଗୁରୁତର ହୋଇଛି। ମିଳିଥିବା ସୂଚନାନୁସାରେ, ୩ ମାସ ତଳେ କରୋନା ସଂକ୍ରମିତ ହୋଇ ସ୍ଥାନୀୟ ଜିଏମସିଏଚରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଏହି ୮୪ ବର୍ଷୀୟ ରାଜନୈତିକ ବ୍ୟକ୍ତିତ୍ବ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ , ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଖୁବ୍ ଗୁରୁତର ରହିଛି। ଗୋଗୋଇଙ୍କ ଏଭଳି ସ୍ଥିତି ଦେଖି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ନିଜର ଦିବୃଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଗୌହାଟିରେ ପହଁଞ୍ଚିଛନ୍ତି। ସୋନଓ୍ବାଲ ଟୁଇଟ୍ କରି ସୂଚନା ଦେଇଛନ୍ତି , ମୁଁ ଦିବୃଗଡରେ ଥିବା ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ତରୁଣ ଗୋଗୋଇଙ୍କ ଦା ଓ ତାଙ୍କ ପରିବାର ପାଖରେ ରହିବା ପାଇଁ ଗୌହାଟି ଫେରି ଯାଉଛି।ଗୋଗୋଇଙ୍କ ସ୍ଥିତି ଖୁବ୍ ସଙ୍କଟାପନ୍ନ ରହିଛି। ସେ ମୋ ପାଇଁ ସବୁବେଳେ ପିତୃତୁଲ୍ୟ। ମୁଁ ତାଙ୍କର ଦୃତ ଆରୋଗ୍ୟ କାମନା କରୁଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି

Read More...

ଘୋଡାହାଡ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ

ଘୋଡାହାଡ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: