ବିଜେପି ଦଳର ସାଙ୍ଗଠନିକ ବୈଠକରେ ରଣନୀତି ପ୍ରସ୍ତୁତି

January 16, 2019, ରାଜନୀତି, , Bhagyaprabha News Bureau
ବିଜେପି ଦଳର ସାଙ୍ଗଠନିକ ବୈଠକରେ ରଣନୀତି ପ୍ରସ୍ତୁତି
Bhagyaprabha News Bureau
January 16, 2019

ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ଉପକଣ୍ଠର ମହୁଡା ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ପ୍ରଶାନ୍ତ ପାଢୀଙ୍କ ସଭାପତିତ୍ବରେ ଏବଂ ମଣ୍ଡଳ ପ୍ରଭାରୀ ମହନ୍ତ ଚିନ୍ମୟାନନ୍ଦ ମହାରାଜଙ୍କ ତତ୍ତ୍ଵାବଧାନରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଘାଟି କାଳୁଆ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାର ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଓ ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନା ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସୁଚାରୁ ରୂପେ ବୁଝାଇଥିଲେ । ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରଭାତ କିରଣ ଷଡଙ୍ଗୀ ଯୋଗ ଦେଇ ବୁଥ୍ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ଦାୟୀତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ବିଜେପି ଉପ-ସଭାପତି ସୁନିଲ କୁମାର ସାହୁ, ପରେଶ ଚନ୍ଦ୍ର ରଥ, ସାଧାରଣ ସମ୍ପାଦକ ରବୀନ୍ଦ୍ର ସାହୁ, ସମ୍ପାଦକ ଡ.ଅମୁଲ୍ୟ ଚୌଧୁରୀ, ଯୁବନେତା ଶ୍ରୀକାନ୍ତ ପାଢୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଏଲ୍. ମୋହନ ଦାସ, କୃଷକ ନେତା ଗଙ୍ଗାଧର ଶତପଥି, ଦିଗପହଣ୍ଡି ଏନ୍ଏସି ସଭାପତି ଭବାନୀ ଶଙ୍କର ପଣ୍ଡା, ରବି ସେଠୀ, ଗୋପାଳ ଗୋଉଡ, ବାବୁଲା ପାତ୍ର,ଶିଶିର ଗୋଉଡ, ସଞ୍ଜୟ ପାତ୍ର, ଏକାଦଶୀ ସେଠୀ, ଦିପକ ମହାପାତ୍ର, ପ୍ରମୋଦ ନାୟକ, ସିଦ୍ଧାର୍ଥ ପଣ୍ଡା, ପୁର୍ଣ ଗୋଉଡ, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସଚେତନ କରାଇବା ସହ ଆଗାମୀ ଦିନରେ ଏହି ଭ୍ରଷ୍ଟାଚାର ରାଜ୍ୟ ସରକାରଙ୍କ ଵିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମଭାଇ ସାଜିଲା ସଇତାନ- ଧର୍ମ ଭଉଣୀକୁ ଏକ ତରଫା ପ୍ରେମ କରି କାମୁକ ଲକ୍ଷ୍ୟ ପୂରଣ ନହେବାରୁ  ୬ ବର୍ଷର ବାଳକକୁ ହତ୍ୟା  କଲା

ଧର୍ମଭାଇ ସାଜିଲା ସଇତାନ- ଧର୍ମ ଭଉଣୀକୁ ଏକ ତରଫା ପ୍ରେମ କରି କାମୁକ ଲକ୍ଷ୍ୟ ପୂରଣ ନହେବାରୁ ୬ ବର୍ଷର ବାଳକକୁ ହତ୍ୟା କଲା

Read More...

ବିଜୁ ତନତା ଦଳ ନୂତନ ସାଙ୍ଗଠନିକ ଦାୟିତ୍ୱ

ବିଜୁ ତନତା ଦଳ ନୂତନ ସାଙ୍ଗଠନିକ ଦାୟିତ୍ୱ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: