ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ : ପରେଶ ରଥ ସଭାପତି , ଅଶେଷନାଥ ମିଶ୍ର ସମ୍ପାଦକ ଭାବେ ନିର୍ବାଚିତ

November 25, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ : ପରେଶ ରଥ ସଭାପତି , ଅଶେଷନାଥ ମିଶ୍ର ସମ୍ପାଦକ ଭାବେ ନିର୍ବାଚିତ
Kiran Behera
[ Reporter,Digapahandi ]
Bhagyaprabha News Bureau
November 25, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଥିବା ଜଣାପଡ଼ିଛି । ଏଥିରେ ସଂଘ ସଭାପତି ଭାବେ ପରେଶ ଚନ୍ଦ୍ର ରଥ , ଉପ ସଭାପତି - ରଞ୍ଜନ କୁମାର ବେହେରା , ସମ୍ପାଦକ - ଅଶେଷ ନାଥ ମିଶ୍ର , ସହ ସମ୍ପାଦକ - ଗିରିଜା ନନ୍ଦନ ମେକାପ ଏବଂ କୋଷାଧ୍ୟକ୍ଷ ରୂପେ ମନୋରଞ୍ଜନ ପଣ୍ଡା ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଓକିଲ ସଂଘର ନିର୍ବାଚନ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିବସରେ ଉପରୋକ୍ତ ପଦବୀ ନିମନ୍ତେ ଜଣେ ଲେଖାଏଁ ମନୋନୟନ ପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ଧାରିତ ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ ଜଣାଇଛନ୍ତି। ରାଜ୍ୟ ବାର କାଉନସିଲର ନିର୍ଦ୍ଦେଶକ୍ରମେ ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ଅଧିକାରୀ ଗତ ୧୮ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ । ୨୪ ଓ ୨୫ ତାରିଖରେ ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ରେ ଉଲ୍ଲେଖ ଥିଲା । ବିଭିନ୍ନ ପଦବୀ ନିମନ୍ତେ ଜଣେ ଲେଖାଏଁ ଓକିଲ ସଂଘ ସଦସ୍ୟ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ଳକସ୍ତରୀୟ କମିଟି ସଭ୍ୟଙ୍କ ଦ୍ବାରା ଦିଗପହଣ୍ଡିରେ ନିର୍ଭୟା କଢୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଳକସ୍ତରୀୟ କମିଟି ସଭ୍ୟଙ୍କ ଦ୍ବାରା ଦିଗପହଣ୍ଡିରେ ନିର୍ଭୟା କଢୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଡାଲା ଅଟୋ ଧକ୍କାରେ ଯୁବକ ମୃତ୍ୟୁ ମାମଲା : ଅଟୋ ଚାଳକ ଗିରଫ

ଡାଲା ଅଟୋ ଧକ୍କାରେ ଯୁବକ ମୃତ୍ୟୁ ମାମଲା : ଅଟୋ ଚାଳକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: