ଭାଜପା ପକ୍ଷରୁ ଖେମୁଣ୍ଡି ଓକିଲ ସଂଘ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

November 29, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଭାଜପା ପକ୍ଷରୁ ଖେମୁଣ୍ଡି ଓକିଲ ସଂଘ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
November 29, 2020

ଦିଗପହଣ୍ଡି ଭାରତୀୟ ଜନତା ପାର୍ଟି ତରଫରୁ ରବିବାର ପୂର୍ବାହ୍ନରେ ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରନୁଯାୟୀ , ଗତ ତିନିଦିନ ପୂର୍ବେ ନିର୍ବାଚିତ ହୋଇଥିବା ସଭାପତି ପରେଶ ଚନ୍ଦ୍ର ରଥ , ଉପ ସଭାପତି ରଞ୍ଜନ କୁମାର ବେହେରା , ସମ୍ପାଦକ ଅଶେଷ ନାଥ ମିଶ୍ର , କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡାଙ୍କୁ ରବିବାର ଦିନ ଦିଗପହଣ୍ଡି ଭାଜପା ନଗର କମିଟି ସଭାପତି ଭବାନୀ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭାଜପାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ , ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ବବିତା ପାତ୍ର , ଜିଲ୍ଲା କାର୍ଯ୍ୟକର୍ତ୍ତା ମହନ୍ତ ଚିନ୍ମୟା ନନ୍ଦ ଦାସ ମହାରାଜ , ଭାଜପା ମହିଳା ମୋର୍ଚ୍ଚାର ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ବନଜା ପଣ୍ଡା ପ୍ରମୁଖ ଯୋଗଦେଇ ଓକିଲ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉପଢୌକନ ପ୍ରଦାନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଭବ୍ୟ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ଓକିଲ ସଙ୍ଘ ଆଞ୍ଚଳିକ ପ୍ରସଙ୍ଗ ଗୁଡ଼ିକୁ ସମର୍ଥନ ଜଣାଇ ଅଞ୍ଚଳବାସୀଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଜନସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା କରିବାକୁ ଉପସ୍ଥିତ ନେତୃବୃନ୍ଦ ପରାମର୍ଶ ଦେଇଥିଲେ । ଦିଗପହଣ୍ଡି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ କୌଣସି ଅନୁଷ୍ଠାନ କିମ୍ବା ରାଜନୈତିକ ଦଳ ପକ୍ଷରୁ ଯଦି ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଗଣ ଆନ୍ଦୋଳନ କରାଯାଏ ତାହାହେଲେ ଓକିଲ ସଂଘ ପକ୍ଷରୁ ଅକୁଣ୍ଠିତ ସମର୍ଥନ କରାଯିବ ବୋଲି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ବୃନ୍ଦ ଘୋଷଣା କରିଥିଲେ । ଏହି ସଭାରେ ଶ୍ରୀହର୍ଷ ପଣ୍ଡା, ଭୁବନେଶ୍ୱର ପଣ୍ଡା,ଟୁନା ଚୌଧୁରୀ, ବିଶ୍ଵନାଥ ପଣ୍ଡା, ସିମାଞ୍ଚଳ ସାସମଲ , ଉଗ୍ରସେନ ସାସମଲ, ରାଜ ଶେଖର ଚୌଧୁରୀ , ପ୍ରକାଶ ମଲ୍ଲିକ ପ୍ରମୁଖ ଦିଗପହଣ୍ଡି ସହରର ବହୁସଂଖ୍ୟକ ସଚେତନ ଜନସାଧାରଣ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାଜପା ଦଳୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଭାଜପା ଦଳୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

Read More...

 କିରାତଅର୍ଜୁନ ବେଶରେ ବାବା ଧବଳେଶ୍ଵର

କିରାତଅର୍ଜୁନ ବେଶରେ ବାବା ଧବଳେଶ୍ଵର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: