ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

November 29, 2020, ରାଜନୀତି, , Swadhina Kumar Sahu
ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 29, 2020

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୁଚନାନୁସାରେ , କିଛିଦିନ ହେବ ଆଇଏଫଏସ୍ ଅଫସିର ଅଭୟ ପାଠକଙ୍କ ଅମାପ ସଂପତ୍ତିର ଗୁମର ଖୋଳୁ ଖୋଳୁ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଶ୍ରୀ ପାଣିଗ୍ରାହୀଙ୍କ ସଂପର୍କ ଥିବା ସୂଚନା ମିଳିଥିଲା । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ତାଙ୍କୁ ବିଜେଡି ସୁପ୍ରିମୋ ନିବୀନ ପଟ୍ଟନାୟକ ଦଳରୁ ବିଦା କରିଥିବା ଅନୁମାନ କରାଯାଉଛି ।


1606659701.jpg


ପ୍ରଦୀପ ପାଣିଗ୍ରାହୀ ନିଲମ୍ବିତ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଜ୍ୱାଇଁ କରିବା ନେଇ ବି କିଛି ସ୍ପଷ୍ଟ ଚିତ୍ର ପଦାକୁ ଆସିଥିଲା । ଅନ୍ୟପଟେ ଆକାଶ ଗୋପାଳପୁର ଠାରେ ଟାଟା କମ୍ପାନୀ ନାମରେ ଏକ ଫ୍ୟାକ୍ କାର୍ଯ୍ୟାଳୟ ଖୋଲି କିଛି ଯୁବକଙ୍କୁ ସେଠାରେ ନିଯୁକ୍ତି ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଟଙ୍କା ଦେଇଥିବା ଲୋକମାନଙ୍କୁ ଜାଲ ନିଯୁକ୍ତିପତ୍ର ଦିଆଯାଇଥିବା ନେଇ ବି ଅଭିଯୋଗ ହୋଇଥିଲା । ଏହି କଳାକାରନାମାରେ ପ୍ରଦୀପଙ୍କ ସଂପୃକ୍ତି ଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏହି ଅଭିଯୋଗ ଆଧାରରେ ଦଳ ତାଙ୍କୁ ନିଲମ୍ବିତ କରିଥାଇ ପାରେ । ହେଲେ ନିଲମ୍ବିତ କାହିଁକି କରାଗଲା ତାହାର କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ଅନ୍ୟପଟେ ନିଲମ୍ବନ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ , ୩୦ ଯବାନ ସହିଦ

ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ , ୩୦ ଯବାନ ସହିଦ

Read More...

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: