ପଦ୍ମନାଭପୁରରେ ପଞ୍ଚାୟତ ସ୍ତରୀୟ ନିର୍ଭୟ କଢୀ ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

December 14, 2020, ବିଶେଷ, ଗଞ୍ଜାମ, Kiran Behera
ପଦ୍ମନାଭପୁରରେ ପଞ୍ଚାୟତ ସ୍ତରୀୟ ନିର୍ଭୟ କଢୀ ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
December 14, 2020

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ନିର୍ଭୟ କଢୀ ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ମମତା ପଣ୍ଡା ସଂଯୋଜନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଝିଅମାନଙ୍କୁ ସ୍ବାସ୍ଥ୍ୟ , ଶିକ୍ଷା ଓ ପୃଷ୍ଟି ଯୋଗାଇଦେବା , ନିରାପତ୍ତା ସମ୍ପର୍କରେ ସଚେତନ କରାଇବା ଏବଂ ଦେଶ ତଥା ରାଜ୍ୟରେ ଚାଲିଥିବା ବାଲ୍ୟ ବିବାହ ବନ୍ଦ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ଆଲୋଚନା ହୋଇଥିଲା । ସେହିପରି ବିଜୁ କନ୍ଯାରତ୍ନ ଯୋଜନାରେ ଚାଲିଥିବା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗ୍ରାମର ବନିତା ସେଠୀଙ୍କ ଝିଅ ଶୁଭଶ୍ରୀ ସେଠୀଙ୍କୁ ଗେହ୍ଲା ଝିଅ ରୂପେ ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ୱାର୍ଡ ସଭ୍ୟ ଅରୁଣ ପ୍ରଧାନ, ତେଲି ସମାଜ ସଭାପତି ଗଦାଧର ସାହୁ , ସଂପାଦକ ଅଞ୍ଚଳ ସାହୁ, ସିଆରସିସି ବଳରାମ ବେହେରା ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦିଗପହଣ୍ଡିରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ନିଯୁକ୍ତି ମେଳା ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ନିଯୁକ୍ତି ମେଳା ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: