ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଗପହଣ୍ଡିରେ ଭବ୍ୟ ସମ୍ବର୍ଦ୍ଧନା

December 19, 2020, ବିଶେଷ, ଗଞ୍ଜାମ, Kiran Behera
ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଗପହଣ୍ଡିରେ ଭବ୍ୟ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
December 19, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରପ୍ରକାରେ , ଶନିବାର ଭାରତ ସରକାରଙ୍କ ମଧ୍ୟମ ଓ ଲଘୁ ଖଣି ଉଦ୍ୟୋଗ ଓ ପଶୁସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଦିନିକିଆ ଗଞ୍ଜାମ ଓ ଗଜପତି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଜଣାପଡିଛି । ତେବେ ମଧ୍ୟାହ୍ନ ସମୟରେ ଗଜପତି ଜିଲ୍ଲା ଆର . ଉଦୟଗିରି ଅଞ୍ଚଳରୁ ଫେରିବା ବାଟରେ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ଜିଲ୍ଲା ବିଜେପି ଉପସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ବରେ ବହୁ ଦଳୀୟ କର୍ମୀ ରାଜରାସ୍ତାରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ପୁଷ୍ପଗୁଚ୍ଛ ଦେବା ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥିସହ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ତଥା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ଡାକ୍ତରଖାନା , ଧାନମଣ୍ଡିର ରହୁଥିବା ବିଭିନ୍ନ ମୈଳିକ ସମସ୍ୟାର ସ୍ଥାୟୀ ପ୍ରତିକାର ଏବଂ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ସକାଶେ ରାଜ୍ୟ ସରକାରଙ୍କ ନିକଟରେ ସହାୟତା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ସମୟରେ ଭାଜପା ନଗର ସଭାପତି ଭବାନୀ ଶଙ୍କର ପଣ୍ଡା , କର୍ମୀ ଶଙ୍କର କୁମାର ପାତ୍ର , ବିଶ୍ବନାଥ ପଣ୍ଡା , ଭାଗୀରଥି ଚୌଧୁରୀ , ପ୍ରଶାନ୍ତ ପୂଜାରୀ , ଟୁନା ଚୌଧୁରୀ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିବାହିତ ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ : ସୁନା ଓ ରକ୍ତଭିଜା ସାର୍ଟ ଜବତ

ବିବାହିତ ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ : ସୁନା ଓ ରକ୍ତଭିଜା ସାର୍ଟ ଜବତ

Read More...

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମନ୍ତବ୍ଯକୁ ଦୃଢ଼ ନିନ୍ଦା କଲେ ପୂର୍ବତନ କାଉନସିଲର

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମନ୍ତବ୍ଯକୁ ଦୃଢ଼ ନିନ୍ଦା କଲେ ପୂର୍ବତନ କାଉନସିଲର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: