ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିରର ଉନ୍ନତି ସକାଶେ କମିଟି ଗଠନ

December 25, 2020, ଓଡ଼ିଶା, ଗଞ୍ଜାମ, Kiran Behera
ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିରର ଉନ୍ନତି ସକାଶେ କମିଟି ଗଠନ
Kiran Behera
[ Reporter,Digapahandi ]
Bhagyaprabha News Bureau
December 25, 2020

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହର ନିକଟସ୍ଥ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ଅବସ୍ଥାପିତ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିରର ଉନ୍ନତି ସକାଶେ ଶୁକ୍ରବାର ଦିନ ଏକ ନୂତନ କମିଟି ଗଠନ ପାହାଡ଼ ପାଦଦେଶରେ ଥିବା ଆଦର୍ଶ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ଆଶ୍ରମର ସାଧୁ ସନ୍ଥ ଶ୍ରୀ ଭାଷ୍କର ତୀର୍ଥ ଲକ୍ଷ୍ମୀ ବାବାଙ୍କ ଆବହକତ୍ଵରେ ଅନୁଷ୍ଠିତ ବୈଠକରେ ସହରର ବହୁ ବୁଦ୍ଧିଜୀବୀ ସମାଜସେବୀ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଶିକ୍ଷକ ଦିବାକର ପଣ୍ଡା ଏବଂ ସୁରେନ୍ଦ୍ର ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ସର୍ବସମ୍ମତି ଭାବେ ପ୍ରମୋଦ ପାଣିଗ୍ରାହୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ଉପସଭାପତି ଭାବେ ପ୍ରହଲ୍ଲାଦ ସ୍ବାଇଁ , ନାରାୟଣ ସାବତ , ମିଲନ ପାଣିଗ୍ରାହୀ , ସମ୍ପାଦକ ଭାବେ ସୁରେନ୍ଦ୍ର ପଟ୍ଟନାୟକ , ଯୁଗ୍ମ ସମ୍ପାଦକ ଭାବେ ନୀଳକଣ୍ଠ ପଟ୍ଟନାୟକ , ଅଧ୍ୟାପକ ଅନିଲ କୁମାର ସାହୁ , ଗୀତାଞ୍ଜଳି ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ବିଘ୍ନରାଜ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି। ଏହା ସହିତ ୧୪ ଜଣିଆ ଉପଦେଷ୍ଟା ମଣ୍ଡଳୀ କରାଯାଇଛି। ସେଥିରେ ଆଇନଜୀବୀ ପରେଶ ଚନ୍ଦ୍ର ରଥ , ଲକ୍ଷ୍ମୀ ନାରାୟଣ ପାଢ଼ୀ , ହେମନ୍ତ କୁମାର ପାଣିଗ୍ରାହୀ , କାଳୀ ଚରଣ ପାଢ଼ୀ , ଅଞ୍ଜଳି ପଣ୍ଡା , ପୁଷ୍ପଲତା ବେହେରା , ଉଦୟନାଥ ସ୍ବାଇଁ , ପ୍ରଫୁଲ୍ଲ ପଣ୍ଡା , ରାମନାଥ ବିଷୋୟୀ , ବି.କ୍ରିଷ୍ଣାରାଓ ସୁବୁଦ୍ଧି , ଉଶାନ୍ତ ସାହୁ , ରଘୁନାଥ ପାଣିଗ୍ରାହୀ , ସଂଯୁକ୍ତା ଦଳାଇ, ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ରହିଥିବା ଜଣାଯାଇଛି। ସେହିପରି ମିଡ଼ିଆ ସେଲ ଭାବେ ସମୀରକାନ୍ତ ତ୍ରିପାଠୀ ଏବଂ ଶଙ୍କର୍ଷଣ ରଥଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୨୧ଜଣିଆ କାର୍ଯ୍ୟକାରୀ କମିଟି ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ମନ୍ଦିରର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ବିଷୟରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଦିଗପହଣ୍ଡିକୁ ୫ ୱିକେଟରେ ହରାଇ ଟ୍ରଫି ହାତେଇଲା ଅନଙ୍ଗପୁର

ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଦିଗପହଣ୍ଡିକୁ ୫ ୱିକେଟରେ ହରାଇ ଟ୍ରଫି ହାତେଇଲା ଅନଙ୍ଗପୁର

Read More...

ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ ପ୍ରାର୍ଥୀ ନିର୍ବାଚିତ

ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ ପ୍ରାର୍ଥୀ ନିର୍ବାଚିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: