ଶବର ସମାଜ ପକ୍ଷରୁ ଗୀତାଯଜ୍ଞ ଆୟୋଜିତ

December 28, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଶବର ସମାଜ ପକ୍ଷରୁ ଗୀତାଯଜ୍ଞ ଆୟୋଜିତ
Kiran Behera
[ Reporter,Digapahandi ]
Bhagyaprabha News Bureau
December 28, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ଟିକରପଡା ପଞ୍ଚାୟତର ବାଲିପାଟ ଠାରେ ରବିବାର ଦିନ ଶବର ସମାଜ କଲ୍ଯାଣ ସମିତି ପକ୍ଷରୁ ଏକ ଗୀତାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଚଳିତ ବର୍ଷ ଦେଖାଦେଇଥିବା ବିଶ୍ବ ମହାମାରୀ କରୋନାର ପ୍ରକୋପକୁ ଦୂର କରିବା , ଆଗାମୀ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ଏବଂ ଓଡ଼ିଶାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି । ସମାଜସେବୀ ମନୋଜ କୁମାର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗବତ ଧର୍ମ ପ୍ରଚାର ସମିତିର ଉଦ୍ଯୋକ୍ତା ଗୋବିନ୍ଦ ବିଷୋୟୀ , ସୁଧୀର ପାତ୍ର ଏବଂ ନିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଗୀତାଯଜ୍ଞର ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ ।ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ବାଣୀ ଗୀତାର ପ୍ରତିଟି ଶ୍ଲୋକ ଅଜ୍ଞାନୀ ମାନବକୁ ଜ୍ଞାନ ପ୍ରଦାନ କରି ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଗଣେଶ ରଇତ , ପ୍ରକାଶ ଗମାଙ୍ଗ , ରଘୁନାଥ ଶବର ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିକାଣ୍ଡରେ ୨ ପରିବାରର ୪ ବଖରା ପାଉଁଶ : ଧନସମ୍ପତ୍ତି ନଷ୍ଟ

ଅଗ୍ନିକାଣ୍ଡରେ ୨ ପରିବାରର ୪ ବଖରା ପାଉଁଶ : ଧନସମ୍ପତ୍ତି ନଷ୍ଟ

Read More...

ବାଚସ୍ପତିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ : ୧୨୧ ୟୁନିଟ ରକ୍ତ ସଂଗ୍ରହ

ବାଚସ୍ପତିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ : ୧୨୧ ୟୁନିଟ ରକ୍ତ ସଂଗ୍ରହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: