୮ ମାସ ପରେ ବହୁ ଚର୍ଚ୍ଚିତ ପ୍ରମୋଦିନୀ ହତ୍ୟା ମାମଲାର ପର୍ଦ୍ଦାଫାଶ : ଅଭିଯୁକ୍ତ ଗିରଫ

December 30, 2020, ଓଡ଼ିଶା, ଗଞ୍ଜାମ, Kiran Behera
୮ ମାସ ପରେ ବହୁ ଚର୍ଚ୍ଚିତ ପ୍ରମୋଦିନୀ ହତ୍ୟା ମାମଲାର ପର୍ଦ୍ଦାଫାଶ : ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
December 30, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କେ . ନୂଆଗାଁ ଥାନା ଅଧିନସ୍ଥ ଦେଖାଳି ଗ୍ରାମର ଦଳିତ ଝିଅ ତଥା ବହୁ ଚର୍ଚ୍ଚିତ ପ୍ରମୋଦିନୀ ନାୟକର ହତ୍ୟାକାଣ୍ଡର ଦୀର୍ଘ ୮ ମାସ ପରେ ପର୍ଦ୍ଦାଫାସ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ବେହେରାଙ୍କୁ ବ୍ରହ୍ମପୁର , ଦିଗପହଣ୍ଡି ଓ ନୂଆଗାଁ ପୋଲିସର ମିଳିତ ଉଦ୍ୟମରେ ଗିରଫ କରିବାରେ ସଫଳ ମଧ୍ୟ ହୋଇପାରିଛି । ଖବରନୁଯାୟୀ , ଗତ ୨୦୨୦ ମେ ୧୦ ତାରିଖ ମଧ୍ୟାହ୍ନ ସାଢେ ୧୨ ଘଣ୍ଟା ସମୟରେ ଦେଖାଳି ଗ୍ରାମର ପ୍ରମୋଦିନୀ ନିିଜ ମାଆ ରମା ନାୟକଙ୍କ ସହ ବିଲକୁ ଯାଇଥିଲେ । ତେବେ ବିଲ କାର୍ଯ୍ୟ ସରିବା ପରେ ପ୍ରମୋଦିନୀ ଗାଧୋଇବା ନିମନ୍ତେ ନିକଟସ୍ଥ ନଦୀପଠାକୁ ଯାଇ ଆଉ ଫେରିଥିଲେ । ଝିଅର ଫେରିବା ବିଳମ୍ବ ହେବାଦେଖି ମାଆ ରମା ନାୟକ ନଦୀପଠାକୁ ଯାଇ ଦେଖିବା ବେଳେ ଝିଅର ମୃତଦେହ ଖଣ୍ଡିଆ ଖାବରା ଅବସ୍ଥାରେ ପଡ଼ିରହିଥିଲା । ଘଟଣାସ୍ଥଳରେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପହଞ୍ଚି ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ । ତେବେ ଜୁନ ୮ ତାରିଖରେ ପୋଷ୍ଟମୋର୍ଟମ ରିପୋର୍ଟରେ ହତ୍ଯା ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସର କହିବାନୁଯାୟୀ , ଦେଖାଳି ଗ୍ରାମର ଅଭିଯୁକ୍ତ ପ୍ରକାଶ ଜଣେ ଏପରି ବ୍ୟକ୍ତିତ୍ୱ ଯାହା ନାମରେ କି ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ଗ୍ରାମରେ ସବୁବେଳେ ଆଲୋଚନା ହୁଏ । ଗ୍ରାମର ମହିଳା ଏବଂ ଯୁବତୀ ମାନଙ୍କୁ ନଦୀ କିମ୍ବା ବନ୍ଧରେ ଗାଧେଇବା ବେଳେ ଲୁଚି ଦେଖିବା ପ୍ରଶାନ୍ତର ଏକ ପ୍ରକୃତି ହୋଇଯାଇଥିଲା । ଫଳରେ ସେ ଦୀର୍ଘ କିଛିଦିନ ଧରି ପ୍ରମୋଦିନୀ ପ୍ରତି ଆକୃଷ୍ଟ ହେବା ସହ ସେ ନଦୀରେ ଗାଧୋଇବା ବେଳେ ଦେଖିବା ପାଇଁ ମନ ବଳାଇଥିଲା । ବାରମ୍ବାର ନଦୀରେ ପ୍ରମୋଦିନୀ ଗାଧେଇବା ବେଳେ ଦେଖି ଆତ୍ମତୃପ୍ତି ପାଉଥିଲା । ମେ ମାସ ୧୦ ତାରିଖ ଦିନ ପ୍ରମୋଦିନୀ ଓ ତାର ମା ଜମିକୁ ଯାଉଥିବା ବେଳେ ପ୍ରକାଶ ସେମାନଙ୍କ ପିଛା କରିଥିଲା । ଏହାପରେ ପ୍ରମୋଦିନୀ ନଦୀ ପଠାରେ ଗାଧୋଉଥିବା ସମୟରେ ଅଭିଯୁକ୍ତ ପ୍ରକାଶ ଦେଖି ଆତ୍ମତୃପ୍ତି ପାଇଥିଲେ ମଧ୍ୟ ନିଜର କାମନା କୁ ବସ କରି ନପାରି ପ୍ରମୋଦିନି ନିକଟକୁ ଯାଇ ପଛପଟୁ ଜାବୁଡି ଧରି ଦେଇଥିଲା । ଏଥିରେ ପ୍ରମୋଦିନି ପାଟି କରି ନିଜ ମାକୁ ଡାକିବା ସମୟରେ କାମାନ୍ଧ ପ୍ରକାଶ ଭୟରେ ପାଣିରେ ବୁଡାଇ ପ୍ରମୋଦିନୀକୁ ହତ୍ୟା କରି ପୁଣି ଘରକୁ ଚାଲି ଆସିଥିଲା । ତେବେ ସେହି ସମୟରେ ଲକଡ଼ାଉନ ଚାଲିଥିବା ଯୋଗୁଁ ତଦନ୍ତ ରେ ବାଧା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇଥିଲା ଅଭିଯୁକ୍ତ ପ୍ରକାଶ । ଘଟଣାର ତଦନ୍ତ ବେଳେ ପୋଲିସ ଅତି ଗଭୀରକୁ ଯାଇ ଘଟଣା ପରେ କିଏ କିଏ ଗ୍ରାମରୁ ଚାଲିଯାଇଛନ୍ତି ତାହାର ଖବର ନେଇଥିଲା । ଏଥିରେ ପ୍ରକାଶର ନାମ ଆସିଥିଲା । ପ୍ରକାଶ ୧୩ ବର୍ଷ ପୁର୍ବରୁ କାମ କରୁଥିବା ବିଶାଖାପାଟଣା ପୁଣି ଚାଲିଯାଇଥିଲା । ଏଥିରେ ପ୍ରକାଶ ଉପରେ ପୋଲିସର ନଜର ରହିଥିଲା । ତଦନ୍ତ ବେଳେ ପୋଲିସ ପିଡ଼ିତା ପ୍ରମୋଦିନିର ମୋବାଇଲରୁ ଏକ ଗୁରୁତ୍ୱପୂର୍ଣ୍ଣ ମେସେଜ ପାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ସେ ନଦୀରେ ଗାଧୋଇବା ବେଳେ ପ୍ରକାଶ ତାଙ୍କୁ ସଦାସର୍ବଦା ଲୁଚି ଲୁଚି ଦେଖୁଥାଏ । ଏନେଇ ପ୍ରମୋଦିନୀର ମା ପ୍ରକାଶଙ୍କୁ ଗାଳି କରିଥିବା ମେସେଜରେ ରହିଥିଲା । ଏଥିରେ ପୋଲିସକୁ ପକ୍କା ସବୁତ ମିଳିଯାଇଥିଲା । ପ୍ରକାଶ ବିଶାଖାପାଟଣା ଚାଲିଯାଇଥିବା ବେଳେ ପୋଲିସ ଡକାଇଥିଲେ । ବିନା ଚିନ୍ତାରେ ପ୍ରକାଶ ଆସି ପୋଲିସର ପ୍ରଶ୍ନର ଉତ୍ତର ମଧ୍ୟ ଦେଉଥିଲା । ହେଲେ ଶେଷରେ ପୋଲିସର କିଛି ଚତୁର ପ୍ରଶ୍ନରେ ପ୍ରକାଶ ହାରି ଯିବା ସହ ହତ୍ୟା କରିବା କଥା ସ୍ଵୀକାର କରିଥିଲା । ୭ ମାସର ତଦନ୍ତ ବେଳେ ୭୯ ଜଣଙ୍କୁ ପଚରା ଉଚରା କରାଯାଇଥିଲା । ଏହି ତଦନ୍ତରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର ମନିଟରିଂ କରୁଥିବା ବେଳେ ଏଏସପି ପ୍ରଭାତ ରାଉତରାୟ , ପ୍ରଶାନ୍ତ ମିଶ୍ର , ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ , ଡିଏସପି ପ୍ରକାଶ ଜେନା , ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ତଦନ୍ତରେ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସ୍କୃତ ଶିକ୍ଷକ ମହାସଙ୍ଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ସଂସ୍କୃତ ଶିକ୍ଷକ ମହାସଙ୍ଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

Read More...

ପ୍ରଶାସନିକ କର୍ମଚାରୀ ଓ ଜନ ପ୍ରତିନିଧିଙ୍କୁ ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ତାଲିମ

ପ୍ରଶାସନିକ କର୍ମଚାରୀ ଓ ଜନ ପ୍ରତିନିଧିଙ୍କୁ ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ତାଲିମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: