ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଜାତୀୟ ଯୁବ ଜୟନ୍ତୀ ପାଳନ

January 12, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
 ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଜାତୀୟ  ଯୁବ ଜୟନ୍ତୀ ପାଳନ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 12, 2021

ବ୍ରହ୍ମପୁର ସହରରଲକ୍ଷ୍ମୀ ନୃସିଂହ ସାହି୧୪ ନ°ସାହି ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ୍‌ଜିଓ ହଲ୍ ଠାରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିରରୁ ଏକ ମଶାଲ ପୁଜା କରାଯାଇ ସମ୍ମାନ ର ସହ ବିଦ୍ୟା ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା। ତତ୍ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ପୂଜା ଅର୍ଚନା କରାଯାଇ ଏକ୍ ସଭାର ଆୟୋଜନ କରାଯାଇଥିଲା। ଦିବିବେକାନନ୍ଦ ଜୟନ୍ତୀ ପାଳନ ସହିତ ନରେନ୍ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ର ଉନ୍ମୋଚନ କରାଯାଇ ଏକ କବିତା ଆସର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସୁବାଷ ମହାରଣା, ସଂଘମିତ୍ରା ଦଳେଇ, ବନମାଳି ପ୍ରଧାନ, ସନ୍ତୋଷ କୁମାର ମହାନ୍ତି, ପ୍ରଜ୍ଞା ପଣ୍ଡା ମଞ୍ଚସ୍ଥ ଥିଲେ। ଦ୍ବିତୀୟ ଅଧିବେଶନ ରେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ ମହାନ୍ତି, ସାହିତ୍ୟକ ସୁଶାନ୍ତ ଦାଶ ଓ ଅଞ୍ଜଳି ଦାଶ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ମିହିର ଭାଇ, ପ୍ରଶାନ୍ତ ଭାଇ, ସୁଧୀର ଭାଇ, ସୁଧୀର ପଣ୍ଡା, ଓ ପ୍ରିୟବ୍ରତ ଭାଇ, ଗଣେଶ ଭାଇ ପରିଚାଳନା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Read More...

ଗଞ୍ଜାମରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ

ଗଞ୍ଜାମରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: