କୁଞ୍ଜବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କେ . ସାମନ୍ତରାପୁର ଫାଇନାଲରେ

January 13, 2021, ଖେଳ, ଗଞ୍ଜାମ, Kiran Behera
କୁଞ୍ଜବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କେ . ସାମନ୍ତରାପୁର ଫାଇନାଲରେ
Kiran Behera
[ Reporter,Digapahandi ]
Bhagyaprabha News Bureau
January 13, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଆୟୋଜିତ କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବୁଧବାର ପ୍ରଥମ ସେମି ଫାଇନାଲରେ କେ . ସାମନ୍ତରାପୁର ଦଳ ବ୍ରହ୍ମପୁର ଷ୍ଟାର ଦଳକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିବା ଜଣାପଡ଼ିଛି । ଆଜିକାର ମ୍ୟାଚରେ ଦିଗପହଣ୍ଡି ଅଞ୍ଚଳର ଯୁବକ କଂଗ୍ରେସ ନେତା ବିକାଶ ପଶୁପାଳକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିକାର ପ୍ରଥମ ସେମିଫାଇନାଲରେ ବ୍ରହ୍ମପୁର ଦଳ ଅଧିନାୟକ ଟସ ଜିତି ବିପକ୍ଷ ଦଳକୁ ପ୍ରଥମ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । କେ. ସାମନ୍ତରାପୁର ଦଳ ୧୩ ଓଭରରେ ୭ ୱିକେଟ ହରାଇ ୧୩୩ ରନ କରିଥିଲା ପ୍ରତିବାଦରେ ବ୍ରହ୍ମପୁର ଦଳ ୧୧.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୫୯ ରନ କରି ୭୪ ରନରେ ପରାସ୍ତ ହୋଇଥିଲା । ତେବେ ବିଜେତା ଦଳର ବାଦଲ ୪ ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କୃତ ହୋଇଥିଲେ । ତେବେ ଆଜିକାର ଏହି ମ୍ଯାଚକୁ ଟୁଲୁ ସ୍ବାଇଁ ଓ ସନ୍ତୋଷ ବେହେରା ପରିଚାଳନା କରିଥିବା ବେଳେ ଇ. ପବିତ୍ର , ସଂଗ୍ରାମ ମହାନ୍ତି , ପ୍ରିୟ ରଞ୍ଜନ , ଗୁଡୁ ବାରିକ , ଅଭୟ ବେହେରା , କମଳ ସେଠୀ , ଉଦୟ ସେଠୀ , ଚିକୁ ବେହେରା , ନାଗେଶ୍ଵର ରାଓ , ଶ୍ରୀତମ ପ୍ରଧାନ , ଉଜ୍ଜ୍ୱଳ ସେଠୀ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ରହି ଆୟୋଜିତ କ୍ରୀଡା ଉତ୍ସବକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ଆସନ୍ତାକାଲି ଶେରଗଡ଼ ଓ ମହୁରୀକାଳୁଆ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚର ବିଜେତା ଦଳ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଫାଇନାଲରେ କେ . ସାମନ୍ତରାପୁର ଦଳ ସହ ମୁକାବିଲା କରିବା ବୋଲି ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁମନ୍ତପୁରରେ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁମନ୍ତପୁରରେ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Read More...

ବିଚ୍ଛିନ୍ନାଞ୍ଚଳରେ ବିବେକାନନ୍ଦ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

ବିଚ୍ଛିନ୍ନାଞ୍ଚଳରେ ବିବେକାନନ୍ଦ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: