ପଦ୍ମନାଭପୁରରେ ସୁନା ଅଳଙ୍କାର ସହ ନଗଦ ଟଙ୍କାକୁ କଳାକନା ବୁଲାଇଲେ ଦୁର୍ବୃତ୍ତ

January 16, 2021, ଅପରାଧ, ଗଞ୍ଜାମ, Kiran Behera
ପଦ୍ମନାଭପୁରରେ ସୁନା ଅଳଙ୍କାର ସହ ନଗଦ ଟଙ୍କାକୁ କଳାକନା ବୁଲାଇଲେ ଦୁର୍ବୃତ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
January 16, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ପଦ୍ମନାଭପୁର ବଡ଼ ରେଡୀକା ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର ବି. ସୁରେନ୍ଦ୍ର ରେଡ୍ଡୀଙ୍କ ପରିବାର ସଦସ୍ୟ ଘରେ ଶୋଇଥିବା ଅବସ୍ଥାରେ କବାଟ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କାକୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖବରପ୍ରକାରେ , ଶୁକ୍ରବାର ଦିନ ଗ୍ରାମର ସୁରେନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟମାନେ ସବୁଦିନ ଭଳି ରାତ୍ରୀଭୋଜନ ପରେ ଘର ବାରଣ୍ଡାରେ ଶୋଇ ପଡିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପ୍ରଥମେ ଘର ବାରିପଟ କବାଟ ତାଡିବା ପରେ ଘରେ ପଶି ଅନ୍ୟ ଏକ କବାଟକୁ ଭାଙ୍ଗି ଘର ଭିତରେ ରହିଥିବା ଆଲମାରୀ କବାଟ ତାଡ଼ି ପନ୍ଦର ଭରି ସୁନା ଅଳଙ୍କାର ସହ ପାଖାପାଖି ପନ୍ଦର ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି । ଶନିବାର ସକାଳୁ ପରିବାର ଲୋକେ ଘରର ଆସବାବପତ୍ର ଜିନିଷ ଏଣେତେଣେ ପଡ଼ିବା ସହ ଆଲମାରୀ ଖୋଲା ରହିଥିବା ଜାଣି ପାରିଥିଲେ । ଘଟଣାପରେ ସୁରେନ୍ଦ୍ର ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ତାଙ୍କ ଟିମ୍ ଏବଂ ବ୍ରହ୍ମପୁର ସ୍କ୍ୱାର୍ଡ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିବା ଜଣାପଡ଼ିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯ମାସ ପରେ ବଲାଙ୍ଗୀର କୁ ଆସିଲା କରୋନା ର ବ୍ରହ୍ମାଅସ୍ତ୍ର

୯ମାସ ପରେ ବଲାଙ୍ଗୀର କୁ ଆସିଲା କରୋନା ର ବ୍ରହ୍ମାଅସ୍ତ୍ର

Read More...

ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: