ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ : ବୁଧବାର ଠାରୁ ସତ୍ୟାଗ୍ରହ କରିବେ ସଭାପତି

January 23, 2021, ବିଶେଷ, ଗଞ୍ଜାମ, Kiran Behera
ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ : ବୁଧବାର ଠାରୁ ସତ୍ୟାଗ୍ରହ କରିବେ ସଭାପତି
Kiran Behera
[ Reporter,Digapahandi ]
Bhagyaprabha News Bureau
January 23, 2021

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏକ ପ୍ରମୁଖ ସହର ତଥା ବ୍ୟବସାୟୀଙ୍କ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ ଭାବେ ପରିଚିତ । ତେବେ ଏହାର ରକ୍ଷଣାବେକ୍ଷଣ ତଥା ବିକାଶମୂଳକ କାର୍ଯ୍ୟଗୁଡ଼ିକ ଦୀର୍ଘବର୍ଷ ହେଲା ଅବହେଳିତ ଓ ଅବ୍ୟବସ୍ଥା ଘେରରେ ରହିଆସୁଥିବା ଜଣାପଡିଛି । ସହରର ବିକାଶ ଦିଗରେ ବାରମ୍ବାର ଦାବି ଆପତ୍ତି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୈାଣସି ସୁଫଳ ନ ମିଳିବାରୁ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ବିକାଶ ପରିଷଦ ସଭାପତି ଅଶେଷନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ପରିଷଦ ସଭ୍ୟମାନେ ଏକତ୍ରିତ ହୋଇ ଏହାର ସମାଧାନ ଦିଗରେ ପ୍ରଥମେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ , ବିଡ଼ିଓ ହଳଧର ଶବର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ବିକାଶ ପରିଷଦ ପକ୍ଷରୁ କହିବାନୁଯାୟୀ , ସହରର ସୈନିକ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି । ସହରର ସର୍ବାଙ୍ଗ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଏଯାବତ କୈାଣସି ଆକ୍ସନ ପ୍ଲାନ୍ ପ୍ରସ୍ତୁତି ହୋଇନଥିବା ଅଭିଯୋଗ କରିଛନ୍ତି । ଏଣୁ ଏହାର ପ୍ରତିବାଦରେ ଦାବି ହାସଲ ନିମନ୍ତେ ଚଳିତ ମାସ ୨୭ ତାରିଖ ଠାରୁ ସପ୍ତାହ ବ୍ୟାପୀ ସକାଳ ୧୧ ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ପରିଷଦ ସଭାପତି ଶ୍ରୀ ମିଶ୍ର ସ୍ଥାନୀୟ ବଜାର ଗାନ୍ଧୀଛକ ନିକଟସ୍ଥ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ କୋଭିଡ ୧୯ ନିୟମକୁ ଅନୁପାଳନ କରି ପୂର୍ବକ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଉପବାସ ସହ ଧାରଣାରେ ବସି ନ୍ୟାର୍ଯ୍ୟ ଦାବିପୂରଣ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ସମୟରେ ବିକାଶ ପରିଷଦ ସଦସ୍ୟ ବିକାଶ ପଶୁପାଳକ , କୁରେଶୁ ମହାରଣା , କେ. କୁନା , ଚନ୍ଦନ ସେଠୀ , ଦିବାକର ପ୍ରଧାନ , ସାଧୁ ଚରଣ ପଣ୍ଡା ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଲେଟ୍ ଧକ୍କାରେ ଓଡ଼ିଆ ଯୁବକ ଗୁରୁତର

ବୁଲେଟ୍ ଧକ୍କାରେ ଓଡ଼ିଆ ଯୁବକ ଗୁରୁତର

Read More...

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅମାନିଆ  ଚାଳକକୁ ଗୋଲାପ ଫୁଲ ଦେଇ ସଚେତନ କରାଇଲା ପୋଲିସ

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅମାନିଆ ଚାଳକକୁ ଗୋଲାପ ଫୁଲ ଦେଇ ସଚେତନ କରାଇଲା ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: