ବଧୂ ହତ୍ୟା ମାମଲା : ଅଭିଯୁକ୍ତା ଶାଶୁ ଗିରଫ

January 25, 2021, ଅପରାଧ, ଗଞ୍ଜାମ, Kiran Behera
ବଧୂ ହତ୍ୟା ମାମଲା : ଅଭିଯୁକ୍ତା ଶାଶୁ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
January 25, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ବିଜୟ ପଦ୍ମନାଭପୁର ଗ୍ରାମର ସୁଜାତା ସେଠୀ ନାମକ ଜଣେ ମହିଳା ଶଶୁର ଘର ଲୋକଙ୍କ ଯୈାତୁକ ଜନିତ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା ମାମଲାରେ ଦିଗପହଣ୍ଡି ପୋଲିସ ସୁଜାତାଙ୍କ ଶାଶୁ ଶାନ୍ତି ସେଠୀଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ସେଠାରେ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ସବଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ , ମୃତା ସୁଜାତା ୨୦୧୭ ମସିହାରେ ନିଜ ଗ୍ରାମର ଚିତ୍ତରଞ୍ଜନ ସେଠୀ ନାମକ ଜଣେ ଯୁବକକୁ ଭଲପାଇ ଆସୁଥିବା ବେଳେ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଦୁହେଁ ଘରଛାଡି ମହୁରୀ କାଳୁଆ ମନ୍ଦିରରେ ପ୍ରେମବିବାହ କରିଥିଲେ । ପ୍ରେମ ବିବାହ ପରେ ଦୁହେଁ ଗୋକର୍ଣ୍ଣପୁର ଓ ପରେ ଦିଗପହଣ୍ଡି କାନାରା ବ୍ଯାଙ୍କ ସମ୍ମୁଖ ଏକ ଭଡାଘରେ ରହି ଆସୁଥିଲେ ।ତେବେ ବିଭିନ୍ନ ସମୟରେ ଯୌତୁକ ପାଇଁ ତାଙ୍କ ଶାଶୁ ଶାନ୍ତି ସୁଜାତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଗତ ୨୯ ନଭେମ୍ବର ୨୦୨୦ରେ ନିର୍ଯ୍ୟାତନା ଅସହ୍ୟ ହେବାରୁ ସୁଜାତା ସିଲିଂଫ୍ଯାନରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣାରେ ଦିଗପହଣ୍ଡି ଥାନା କେଶ୍ ନମ୍ବର ୨୮୮/୨୦ ପ୍ରକାରେ ପୂର୍ବରୁ ସ୍ବାମୀ ଚିତ୍ତରଞ୍ଜନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସୁଜାତାଙ୍କ ଶାଶୁ ଶାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁରର ଉନ୍ନୟନ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀଙ୍କ  ସଚିବ

ଗୋପାଳପୁରର ଉନ୍ନୟନ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

Read More...

ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଦିଗପହଣ୍ଡି ନଗର ସିଆରସିସି ଉପେନ୍ଦ୍ର ପଣ୍ଡା ପୁରସ୍କୃତ

ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଦିଗପହଣ୍ଡି ନଗର ସିଆରସିସି ଉପେନ୍ଦ୍ର ପଣ୍ଡା ପୁରସ୍କୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: