ସରକାରୀ ଚାଉଳ ବଣ୍ଟନକୁ ନେଇ ବାପାର ମାଡରେ ଭିନ୍ନକ୍ଷମ ପୁଅର ମୃତ୍ୟୁ

January 29, 2021, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ସରକାରୀ ଚାଉଳ ବଣ୍ଟନକୁ ନେଇ ବାପାର ମାଡରେ ଭିନ୍ନକ୍ଷମ ପୁଅର ମୃତ୍ୟୁ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 29, 2021

ସରକାରୀ ଚାଉଳ ବଣ୍ଟନକୁ ନେଇ ବାପାର ମାଡରେ ଭିନ୍ନକ୍ଷମ ପୁଅର ମୃତ୍ୟୁ ।ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ, ତାଙ୍କ ପରିବାରରେ ସରକାରୀ ଚାଉଳ ବଣ୍ଟନକୁ ନେଇ ବାପାର ମାଡରେ ଭିନ୍ନକ୍ଷମ ପୁଅର ମୃତ୍ୟୁହୋଇଥିବା ଅଭିଯୋଗ ହୋଇଛି । ଏହି ପରିବାରରେ ସଦସ୍ୟଙ୍କ ସଂଖ୍ୟା ଚାରିଜଣ ରହିଥିବା ବେଳେ ପ୍ରତି ମାସରେ ପ୍ରତ୍ୟେକଙ୍କୁ ପାଞ୍ଚ କିଲୋ ଚାଉଳ , କିରୋସିନୀ ଓ ଅନ୍ୟାନ୍ୟ ଜିନିଷ ମିଳେ।ଏହାକୁ ନେଇ ଘରେ ଝଗଡା ପରେ ଭିନ୍ନକ୍ଷମ ପୁଅ ଅନୀଲ କୁମାର ପ୍ରଧାନ ନିଜ ସ୍ତ୍ରୀ ଗୀତାଞ୍ଜଳି କୁ ନେଇ ଗ୍ରାମ ର ବଡ ନୂଆସାହିରେ ରହନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ନେବା ପାଇଁ ଦିନ ସାଢେ ଦଶଟା ବେଳେ ଆସିଥିବା ବେଳେ ସବୁ ଚାଉଳ ପୁଅ ନେବା ପାଇଁ ଦାବି ପରେ ବାପା ପୁଅ ମଧ୍ୟରେ ଝଗଡା ହେବା ପରେ ବାପା ପୁଅକୁ ମାଡ଼ ଦେବା ପରେ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ପଡିଗଲେ ।ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଅନୀଲଙ୍କ ସ୍ତ୍ରୀ ଏତଲା ଦେବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଈଁ ବ୍ରହ୍ମପୁର ପଠାଇଥିଲେ। ଏହି ଘଟଣାରେ ବାପା ବଳରାମ ଙ୍କୁ ଅଟକ ରଖାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା ଉଜଳେଶ୍ୱରୀ ଗାଡ଼ି ମାଲିକ ସଂଘ ପକ୍ଷରୁ  ସ୍ମାରକ ପତ୍ର

ମା ଉଜଳେଶ୍ୱରୀ ଗାଡ଼ି ମାଲିକ ସଂଘ ପକ୍ଷରୁ ସ୍ମାରକ ପତ୍ର

Read More...

ବିମାନବନ୍ଦର ଆନ୍ଦୋଳନର ପଞ୍ଚମ ପର୍ଯ୍ୟାୟ ପୋଷ୍ଟକାର୍ଡ ଅଭିଯାନରେ ଚାମ୍ବର ଅଫ କମର୍ସ ର ଭୂମିକାକୁ ପ୍ରଶଂସା

ବିମାନବନ୍ଦର ଆନ୍ଦୋଳନର ପଞ୍ଚମ ପର୍ଯ୍ୟାୟ ପୋଷ୍ଟକାର୍ଡ ଅଭିଯାନରେ ଚାମ୍ବର ଅଫ କମର୍ସ ର ଭୂମିକାକୁ ପ୍ରଶଂସା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: