ଜୋୟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : କାଚଖଣ୍ଡି ବିଜୟୀ

January 31, 2021, ଖେଳ, ଗଞ୍ଜାମ, Kiran Behera
ଜୋୟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : କାଚଖଣ୍ଡି ବିଜୟୀ
Kiran Behera
[ Reporter,Digapahandi ]
Bhagyaprabha News Bureau
January 31, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର କଲେଜ ଖେଳପଡିଆ ଠାରେ ଶୁକ୍ରବାର ପୂର୍ବାହ୍ନରେ ଜୋୟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଥିବା ଜଣାପଡ଼ିଛି । ଓସ୍ତା ଯୁବକ ସଂଘ ପକ୍ଷରୁ ଆୟୋଜିତ ଉଦଘାଟନୀ ଉତ୍ସବରେ ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ ଶୁଭ ଉଦଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥିଭାବେ ରାଧାଦେଇପୁର ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ , ଯୁବନେତା ବାସୁଦେବ ପ୍ରଧାନ , ଛାତ୍ରନେତା ଗୌରୀଶଙ୍କର ତ୍ରିପାଠୀ , ପୂର୍ବତନ କ୍ରିକେଟର ସୁରେଶ କୁମାର ହୋତା ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଭାଇଚାରା ମନୋଭାବ ପୋଷଣ କରି ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଆଜିକାର ଉଦଘାଟନୀ ମ୍ୟାଚରେ କାଚଖଣ୍ଡି ଦଳ ଟସଜିତି ପ୍ରଥମ ବ୍ୟାଟିଂ କରି ୧୦ ଓଭରରେ ୮ ୱିକେଟ ହରାଇ ୬୦ ରନ କରିଥିବା ବେଳେ ଆମ୍ବଗାଁ ଟିମ୍ ୫ ୱିକେଟ ବିନିମୟରେ ୫୧ ରନ କରି ୯ ରନରେ ପରାସ୍ତ ହୋଇଛନ୍ତି। ସଂଗ୍ରାମ ରାଉତ ଓ ଆକାଶ ପ୍ରଧାନ ଖେଳକୁ ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ପିଣ୍ଟୁ ପ୍ରଧାନ , ମୁକେଶ ପ୍ରଧାନ , ଦିପୁ ପ୍ରଧାନ , ଶିବାଜୀ ପ୍ରଧାନ ଓ ରୁଦ୍ର ରାଉତ ସମେତ ଦଳ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ପାଳିତ

ଦିଗପହଣ୍ଡିରେ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ପାଳିତ

Read More...

ଫାସିଗୁଡ଼ାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫାସିଗୁଡ଼ାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: