ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ

February 03, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ
Kiran Behera
[ Reporter,Digapahandi ]
Bhagyaprabha News Bureau
February 03, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗ୍ରାମର ଜଗନ୍ନାଥ ପୃଷ୍ଟିଙ୍କ ପୁଅ କୃଷ୍ଣ ପୃଷ୍ଟି ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ମୃତ କୃଷ୍ଣ ବୁଧବାର ଦିନ ନିଜ ପେସନ ପ୍ରୋ ବାଇକ ( ଓଡି୨୦ ଏ ୨୪୧୯) ଯୋଗେ ନିଜ ଶଶୁର ଘର ଡେଙ୍ଗାଓସ୍ତା ଆସିଥିଲେ । ତେବେ ସନ୍ଧ୍ୟା ୭ ଘଣ୍ଟା ସମୟରେ ବାଇକରେ କୈାଣସି କାମରେ ଦିଗପହଣ୍ଡି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିବା ଜଣାପଡିଛି । ଏହାପରେ ରାସ୍ତାରେ ଯାଉଥିବା କିଛି ଯୁବକ ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷିତ କରିଥିଲେ । ଘଟଣାପରେ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଉଥିବା ସୂଚନା ମିଳିପାରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଗାରେଟ ବାକି ନ ଦେବାରୁ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ୍

ସିଗାରେଟ ବାକି ନ ଦେବାରୁ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ୍

Read More...

ଦଧିଚି ସମ୍ମାନରେ ସମ୍ମାନିତ ପ୍ରିୟଙ୍କାଙ୍କ ସ୍ମୃତି ଦିବସ ପାଳିତ

ଦଧିଚି ସମ୍ମାନରେ ସମ୍ମାନିତ ପ୍ରିୟଙ୍କାଙ୍କ ସ୍ମୃତି ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: