ନିଆଁ ଲାଗି ୨୨ ବସ୍ତା ଧାନ ପୋଡି ପାଉଁଶ

February 11, 2021, ବିଶେଷ, ଗଞ୍ଜାମ, Kiran Behera
ନିଆଁ ଲାଗି ୨୨ ବସ୍ତା ଧାନ ପୋଡି ପାଉଁଶ
Kiran Behera
[ Reporter,Digapahandi ]
Bhagyaprabha News Bureau
February 11, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ପଞ୍ଚାୟତ କୁମରଡା ଗ୍ରାମର ଇନ୍ଦ୍ରଜିତ ପ୍ରଧାନ ନାମକ ଜଣେ ଚାଷୀଙ୍କ ଧାନଖଳାରେ କୈାଣସି କାରଣରୁ ଗୁରୁବାର ଅପରାହ୍ନରେ ନିଆଁଲାଗି ୨୨ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଗ୍ରାମଠାରୁ ୨ କିଲୋମିଟର ଦୂରରେ ଗୁଡିଆଳ ଘାଇତଳେ ଇନ୍ଦ୍ରଜିତ ଚଳିତ ବର୍ଷ ନିଜ ଚାଷଜମିରୁ ଧାନ ଅମଳ କରିବା ପରେ ଧାନଶସ୍ଯକୁ ୨୨ ଗୋଟି ବସ୍ତାରେ ଖଳାରେ ସ୍ଥଗିତ ରଖିଥିଲେ । ତେବେ ଆଜି ଦିନ ୪ ଘଣ୍ଟା ସମୟରେ ନିଆଁ ବାହାରୁଥିବା ଦେଖି କିଛି ଗାଇ ଚରାଳି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ଓ ସମାଜସେବୀ ଋତୁପନ ପ୍ରଧାନ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇପାରିଥିଲା । ଏନେଇ ଚାଷୀ ଜଣକ ବହୁତ ଗରିବ ହୋଇଥିବାରୁ ଏଭଳି ଘଟଣା ଘଟିବାରୁ ଭାଙ୍ଗି ପଡିଛନ୍ତି । ଏହାପରେ ଦେଖାଳି ରାଜସ୍ବ ନିରୀକ୍ଷିକ ଗିରିଜା ମଲ୍ଲିକ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ୱାଇଁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ଗ୍ରାମବାସୀମାନେ ଇନ୍ଦ୍ରଜିତଙ୍କ ପରିବାରକୁ ସରକାରୀ ସହାୟତା ସ୍ତରରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ବସନ୍ତୋତ୍ସବ ପାଳିତ

ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ବସନ୍ତୋତ୍ସବ ପାଳିତ

Read More...

ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କମିଟିର ଅଷ୍ଟମ ପଥପ୍ରlନ୍ଥ ସଭା ଓ ପୋଷ୍ଟକାର୍ଡ ଅଭିଯାନ

ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କମିଟିର ଅଷ୍ଟମ ପଥପ୍ରlନ୍ଥ ସଭା ଓ ପୋଷ୍ଟକାର୍ଡ ଅଭିଯାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: