ଆମ୍ବଗଛରେ ଯୁବକଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

February 15, 2024, ଅପରାଧ, ଗଜପତି, Rasmi Ranjan Sahu
ଆମ୍ବଗଛରେ ଯୁବକଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 15, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗା ଥାନା ଅନ୍ତର୍ଗତ ସାରିଆପଲ୍ଲୀ ଗା ନିକଟର ମାଗଦା ଜଙ୍ଗଲର ଆମ୍ବ ଗଛରେ ଆଜି ଏକ ଝୁଲନ୍ତା ଅବସ୍ଥାରେ ଏକ ଗଲିତ ମୃତ ଦେହ ଉଦ୍ଧାର କରିଛି ଗାରାବନ୍ଧା ପୁଲିସ । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା କଣ୍ଡୁଆ ଗ୍ରାମର ସ୍ଵାଧୀନ କୁମାର ମାଝୀ (୨୭ ବର୍ଷ) । ସୂଚନା ମୁତାବକ ସ୍ଵାଧୀନ ସାରିଆପଲ୍ଲୀ ନିକଟସ୍ଥ ଶ୍ୟାମ ଗ୍ରନାଇଟ ରେ କାମ କରୁଥିବା ବେଳେ ଦୀର୍ଘ ୨୦ ଦିନ ଗା କୁ ଯିବି କହି ଚାଲିଯାଇଥିଲା । କିନ୍ତୁ ନା ଗା କି ଯାଇଥିଲା ନା ନିଜେ କାମକରୁଥିବା ପଥର କୁଆରୀ କୁ ଯାଇଥିଲା । ସମ୍ପର୍କୀୟ ମାନେ ଖୋଜା ଖୋଜି କରିବା ପରେ ଆଜି ତାଙ୍କ ଗଲିତ ମୃତ ଦେହକୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ପରେ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ସହ ସାଇଣ୍ଟିଫିକ ଦଳ ପହଞ୍ଚି ୦୧/୨୪ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ରୀନାରାଣୀ ସାହୁ ଓ ଗୁରାଣ୍ଡ ଥାନା ଅଧିକାରୀ ଆନନ୍ଦ ପାତ୍ର।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Read More...

ଗଜପତି ପୌରପରିଷଦ ଅଞ୍ଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଗଜପତି ପୌରପରିଷଦ ଅଞ୍ଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: