୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

February 17, 2024, ଖେଳ, ଗଞ୍ଜାମ, Gouri Shankar Mishra
୧୪ ତମ ଅଲ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିୟlଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
Gouri Shankar Mishra
[ Video Journalist ]
Bhagyaprabha News Bureau
February 17, 2024

ବ୍ରହ୍ମପୁର- ୧୪ ତମ ଅଲ ଇଣ୍ଡିଆ ବିଜୁପଟ୍ଟନାୟକ ମେମୋରିୟାଲ ଦିବା ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି ।ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ୧୪ ତମ ଅଲ ଇଣ୍ଡିଆ ବିଜୁପଟ୍ଟନାୟକ ମେମୋରିୟlଲ ଦିବ ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସନ୍ନମାନ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘ ମିତ୍ରା ଦଳେଇ,ଇଣ୍ଡିଆନ କ୍ରିକେଟ ମ୍ୟାନେଜର ସଦବୀର ସିଂଗ, ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସେନ ହେଡ଼ ରକି ମାର୍ଟିନ,ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାଜୁ ଉନ୍ନୟନ ବୋର୍ଡ଼ ଅଧକ୍ଷ ସୁବାସ ମହାରଣା, ଗଞ୍ଜାମ ଜ଼ିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ (OAS ), ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅଶୋକ କୁମାର ସାହୁ,ଆଲଫା ସ୍ପୋର୍ଟିଙ୍ଗ କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ମହିଳା ବିଜେଡି ଉପ ସଭାପତି ଶ୍ଵେତା ପ୍ରଜ୍ଞା ପଟ୍ଟନାୟକ, କର୍ପୋରେଟର ତ୍ରିପତି ପାତ୍ର, ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ, ସମାଜ ସେବି ଅମିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟରେ ଇଣ୍ଡିଆର ୧୨ ଗୋଟି ଟିମ ଭାଗ ନେଇଥିବା ବେଳେ ଏହା ୧୭ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ, ଆଜିର ପ୍ରଥମ ମ୍ୟାଚ ଭୁବେନେଶ୍ୱର ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଳବ ବନାମ ବ୍ରହ୍ମପୁର ଲିଡସ ସ୍ପୋର୍ଟିଙ୍ଗ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଭୁବେନେଶ୍ୱରର ରାମେଶ୍ୱର ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ

ଅଘୋଷିତ ମେଣ୍ଟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ

Read More...

ଆମ୍ବଗଛରେ ଯୁବକଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଆମ୍ବଗଛରେ ଯୁବକଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: