ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା

May 04, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା
Gouri Shankar Mishra
[ Video Journalist ]
Bhagyaprabha News Bureau
May 04, 2024

ବ୍ରହ୍ମପୁର-ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା । ବ୍ରହ୍ମପୁରରେ ଦିନକୁ ଦିନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ)ଙ୍କ ନିର୍ବାଚନୀ ପ୍ରଚାର ଯୋର୍ ଧରିବାରେ ଲାଗିଛି । ଏପରିକି ଚଳିତ ନିର୍ବାଚନରେ ଶିବଶଙ୍କର ଙ୍କୁ ସମର୍ଥନ କରିବା ପାଇଁ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାସ ମଧ୍ୟ ସାମିଲ ହୋଇ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଶନିବାର ଦିନ ସହରର ପ୍ରମୁଖ ଛକ ଗୁଡିକରେ ନିଜର ମାଠିଆ ଚିହ୍ନର ପ୍ରଚାର କରିଥିବାବେଳେ ହାଉସିଂ ବୋର୍ଡ, ପ୍ରେମ ନଗର ଆଦି ଅଞ୍ଚଳରେ ନିଜର ମହିଳା ସମର୍ଥକଙ୍କ ସହ ମିଶି ମାଠିଆ ଧରି ପ୍ରଚାର କରିଥିଲେ । ଶତାଧିକ ମହିଳା ମୁଣ୍ଡରେ ମାଠିଆ ଧରି ପିଣ୍ଟୁ ଙ୍କ ସହ ଗଳି ଗଳି ବୁଲି ଶୋଭାଯାତ୍ରା ରେ ବାହାରିଥିଲେ । ପ୍ରେମ ନଗର ମୁଖ୍ୟ ରାସ୍ତା ଯାହାକି ବ୍ରହ୍ମପୁର ସହର ପ୍ରବେଶ ପଥ ହୋଇଥିବା ବେଳେ ଦୈନିକ ଶହ ଶହ ଭାରିଯାନ ଓ ସ୍ଥାନୀୟ ଲୋକେ ଯାତାୟାତ କରିଥାନ୍ତି । ଦୀର୍ଘ ବର୍ଷ ଧରି ରାସ୍ତା ଟି ମରାମତି ହେଉନଥିବା ସହ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ନିଗମ କତୃପକ୍ଷ, ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହେଉଛି । ଯେଉଁ କାର୍ଯ୍ୟ ଦୁଇ ରୁ ତିନି ମାସ ମଧ୍ୟରେ ସମାଧାନ ହୋଇଯିବା କଥା ତାହା ଦୀର୍ଘ ବର୍ଷ ଧରି ହେଉନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ନିନ୍ଦା କରିଥିଲେ ଶିବ ଶଙ୍କର ଦାସ । ନିର୍ବାଚନ ରେ ସେ ବିଜୟ ହେଲେ ଯେକୌଣସି କାର୍ଯ୍ୟ ଏକ ମାସ ମଧ୍ୟରେ ସମାଧାନ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଲୋକଙ୍କ ପୂର୍ବ ଭଳି ଭଲପାଇବା ଆଉ ସମର୍ଥନ ରହିଥିବା ଦେଖି ସେ ଚଳିତ ନିର୍ବାଚନରେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ପିଣ୍ଟୁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗତ ଦଶ ବର୍ଷରେ ବିକାଶର ନିଆରା ମଡେଲ ଓ ସୁଶାସନ ଗରିବ ପରିବାରଙ୍କ ସେବା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ-ବିଜେପି

ଗତ ଦଶ ବର୍ଷରେ ବିକାଶର ନିଆରା ମଡେଲ ଓ ସୁଶାସନ ଗରିବ ପରିବାରଙ୍କ ସେବା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ-ବିଜେପି

Read More...

ଗଜପତି - ଜିଲ୍ଲାରେ ଭୋଟର ସଚେତନତାରେ  ଏଲିଡି ବ୍ୟାନ, ଦସ୍ତଖତ ଅଭିଯାନର ଶୁଭାରମ୍ଭ

ଗଜପତି - ଜିଲ୍ଲାରେ ଭୋଟର ସଚେତନତାରେ ଏଲିଡି ବ୍ୟାନ, ଦସ୍ତଖତ ଅଭିଯାନର ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: