ଗତ ଦଶ ବର୍ଷରେ ବିକାଶର ନିଆରା ମଡେଲ ଓ ସୁଶାସନ ଗରିବ ପରିବାରଙ୍କ ସେବା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ-ବିଜେପି

May 04, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Gouri Shankar Mishra
ଗତ ଦଶ ବର୍ଷରେ ବିକାଶର ନିଆରା ମଡେଲ ଓ ସୁଶାସନ ଗରିବ ପରିବାରଙ୍କ ସେବା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ-ବିଜେପି
Gouri Shankar Mishra
[ Video Journalist ]
Bhagyaprabha News Bureau
May 04, 2024

ବ୍ରହ୍ମପୁର- ଠିକ୍ ଦଶକ ପୂର୍ବରୁ ଜନସାଧାରଣଙ୍କ ଆଶୀର୍ବାଦ ପାଇ ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି । ଗତ ଦଶ ବର୍ଷରେ ଜନସାଧାରଣଙ୍କ ଆଶୀର୍ବାଦରୁ ଶକ୍ତି ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୟର ପ୍ରତିଟି ମୁହୂର୍ତ୍ତକୁ ଜନ କଲ୍ୟାଣ ପାଇଁ ସମର୍ପିତ କରିବାକୁ ପ୍ରୟାସ କରିଛନ୍ତି l ସବ୍ କା ସାଥ ସବ୍ କା ବିକାଶ ସବ୍ କା ବିଶ୍ବାସ ଏବଂ ସବ୍ କା ପ୍ରୟାସ ସହ ରାଷ୍ଟ୍ର ନିର୍ମାଣ ଗୁରୁମନ୍ତ୍ର ନେଇ ପ୍ରତିବଦ୍ଧ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତୋଦୟ ବିଚାରଧାରା ଭାରତୀୟ ଜନତା ପାର୍ଟିର ସର୍ବଦା ମାର୍ଗ ଦର୍ଶନ କରି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ନିଆ ଯାଉଥିବା ଅନେକ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକରେ ମଧ୍ୟ ଅନ୍ତୋଦୟର ଝଲକ ମିଳୁଛି । ବିକଶିତ ଭାରତ ଯାତ୍ରା ଏବଂ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ଦେଶର ସମସ୍ତ ଅଞ୍ଚଳ, ସମସ୍ତ ବର୍ଗ ଏବଂ ସମସ୍ତ ସମ୍ପ୍ରଦାୟ ସହିତ ଏକ ବିସ୍ତ୍ରୁତ ଆଲୋଚନା କରି ଭାରତୀୟ ଜନତା ପାର୍ଟି ତରଫରୁ ସଂକଳ୍ପ ପତ୍ର ପ୍ରସ୍ତୁତ କରାଯାଇଥିଲା । ଏହି ସଂକଳ୍ପ ପତ୍ର ମାଧ୍ୟମରେ ଭାରତୀୟ ଜନତା ପାର୍ଟି ଜଣାଇବାକୁ ଚାହୁଁଛି ଯେ ଜନସାଧାରଣଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ଗତ ଦଶ ବର୍ଷର ସୁଶାସନ ଏବଂ ବିକାଶର ଏକ ନିଆରା ମଡେଲ ଗରିବ ପରିବାରଙ୍କ ସେବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ୨୦୨୦ ରୁ ଅଶୀ କୋଟି ନାଗରିକଙ୍କୁ ମାଗଣା ରାସନ, ୫୦ କୋଟି ନାଗରିକଙ୍କୁ ପିଏମ୍ ଜନଧନ ଯୋଜନା, ଆୟୁଷ୍ମାନ ଭାରତ ଅଧୀନରେ ୩୪ କୋଟି ନାଗରିକଙ୍କୁ ୫ ଲକ୍ଷ୍ୟ ମାଗଣା ସ୍ବାସ୍ଥ୍ୟ ବୀମା, ୪ କୋଟି ପରିବାରଙ୍କୁ ପିଏମ୍ ଆବାସ ଯୋଜନା ଅଧୀନରେ ପକ୍କା ଘର, ୧୪ କୋଟି ପରିବାରଙ୍କୁ ଜଳ ଜୀବନ୍ ମିସନ୍ ଅଧୀନରେ ବିଶୁଦ୍ଧ ଟ୍ୟାପ ଜଳ, ୧୦ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ପିଏମ୍ ଉଜ୍ଜ୍ୱଳl ଯୋଜନାରେ ଗ୍ୟାସ୍ ସଂଯୋଗ, ଟ୍ରିପଲ ତଲାକ୍ ର ବର୍ବୋର ନିୟମରୁ ରକ୍ଷା କରି ମୁସଲମାନ ମହିଳା ମାନଙ୍କୁ ସସକ୍ତ, ସ୍ଵଚ୍ଛ ଭାରତ ଅଧୀନରେ ନିର୍ମିତ ଶୌଚାଳୟ ବ୍ୟବହାର କରି ୧୧ କୋଟିରୁ ଅଧିକ ମହିଳା ସମ୍ମାନ ଜନକ ଜୀବନ୍, ମିଶନ ଇନ୍ଦ୍ରଧନୁଶ ଅଧୀନରେ ୬ କୋଟିରୁ ଅଧିକ ମା ଏବଂ ଶିଶୁଙ୍କୁ ଟୀକା କରଣ, ଦେୟ ଯୁକ୍ତ ମାତୃତ୍ୱ ଛୁଟି ୧୨ ରୁ ୨୬ ସପ୍ତାହକୁ ବୃଦ୍ଧି, ୧ ଟଙ୍କା ମୂଲ୍ଯରେ ସାନିଟାରୀ ପେଡ଼ ଯୋଗାଇ ମହିଳାଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ରେ ୩ କୋଟିରୁ ଅଧିକ ମହିଳା ଡ଼ାକ୍ତରଖାନାରେ ପ୍ରସୂତି ସେବା ପାଇବା, ଲୋକସଭା ତଥା ରାଜ୍ୟସଭାରେ ମହିଳା ମାନଙ୍କୁ ସଂରକ୍ଷଣ ଯୋଗାଇବା ପାଇଁ ନାରୀ ଶକ୍ତି ବନ୍ଦନ ନିୟମ କରି ମହିଳା ମାନଙ୍କୁ ସଶକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂର ଦୃଷ୍ଟି ଆଭିମୁଖ୍ୟ ହେତୁ ୨୫ କୋଟିରୁ ଉର୍ଦ୍ଧ ନାଗରିକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଗରିବ ପରିବାର, ମଧ୍ଯବିତ ପରିବାର ବର୍ଗ, ନାରୀ ଶକ୍ତି, ଯୁବକ, ବରିଷ୍ଠ ନାଗରିକ, କିଷାନ ସମ୍ମାନ, ମଛ୳ଜୀବି ପରିବାର, ଶ୍ରମିକ ସମ୍ମାନ, କ୍ଷୁଦ୍ର ବ୍ୟବସାୟୀ ଓ ବିଶ୍ଵକର୍ମା ,ସବକl ସାଥ ସବ୍ କା ବିକାଶ, ବିଶ୍ଵ ବନ୍ଧୁ ଭାରତ, ସୁରକ୍ଷିତ ଭାରତ, ସମୃଦ୍ଧ ଭାରତ, ଗ୍ଲୋବାଲ ଉତ୍ପାଦନ ହବ, ବିଶ୍ଵ ସ୍ତରୀୟ ଭିତ୍ତିଭୂମି, ସହରରେ ସହଜ ଜୀବନ ଯାପନ, ଐତିହ୍ୟ ଓ ବିକାଶ, ସୁଶାସନ, ସୁସ୍ଥ ଭାରତ, ଗୁଣାତ୍ମକ ଶିକ୍ଷା,କ୍ରୀଡା ବିକାଶ, ସନ୍ତୁଳିତ ଆଞ୍ଚଳିକ ବିକାଶ, ଟେକ୍ନୋଲୋଜି ଏବଂ ଇନୋଭେସନ୍, ଦୀର୍ଘ ସ୍ଥାୟୀ ଭାରତ ଲକ୍ଷ୍ୟ ନେଇ ମୋଦିଙ୍କ ଗ୍ୟାରେଣ୍ଟି ୨୦୨୪ ସଂକଳ୍ପ ପତ୍ର ଆଜି ବ୍ରହ୍ମପୁର ଜୋନ ମିଡ଼ିଆ ସେଂଟର ଠାରେ ଲୋକାର୍ପଣ ହୋଇଛି l ୨୦୧୪ ପର ଠାରୁ କୌଣସି ସହରରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ । ଧାରା ୩୭୦ ରଦ୍ଦ ହେବା ଦ୍ଵାରା ଜାମ୍ମୁ କାଶ୍ମୀରରେ ହିଂସା ହ୍ରାସ ପାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭାରତ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି l ପାଞ୍ଚ ଶତାବ୍ଦୀର ସ୍ଵପ୍ନ ଅଯୋଧ୍ଯାରେ ରାମ ମନ୍ଦିର ଆଜି ସତ୍ୟରେ ପରିଣତ ହୋଇଛି । ମୋଦିଙ୍କ ପାଇଁ ଦେଶର ଐତିହ୍ୟ ମଧ୍ୟ ସମ୍ଭବ ହୋଇ ପାରିଛି । ଦୁଃଖ ପରିସ୍ଥିତିରେ ଦେଢ କୋଟି ରୁ ଉର୍ଦ୍ଧ ନାଗରିକଙ୍କୁ ବିଦେଶରୁ ନିରାପତ୍ତା ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ କରିପାରିଛି । ୧୫୦ ଦେଶକୁ ୨୯ କୋଟିରୁ ଉର୍ଦ୍ଧ କୋଭିଡ୍ ୧୯ ଟୀକା ଏବଂ ଔଷଧ ପ୍ରଦାନ କରାଯାଇଛି l ଚନ୍ଦ୍ରାୟନ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ଵ ରେ ସଫଳତାର ସହ ଅବତରଣ କରିବାରେ ଦୁନିଆର ପ୍ରଥମ ଦେଶ ରୂପେ ବିଶ୍ଵ ଦରବାରରେ ଭାରତ ପରିଚିତ ହୋଇଛି । ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶରେ ଶକ୍ତିଶାଳୀ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭିତ୍ତିଭୂମିର ବିକାଶ ସହ ଦେଶରେ ଦୁର୍ବଳ ପଡିଥିବା ଅର୍ଥନୀତି ଆଜି ବିଶ୍ଵରେ ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଓଡ଼ିଶାରେ ୨୫ ବର୍ଷ ହେଲା ବିଜୁ ଜନତା ଦଳ ସରକାର ନିରବିଚ୍ଛିନ୍ନ ଭାବରେ କ୍ଷମତାରେ ଅଛି ଏହି ପଚିଶି ବର୍ଷରେ ଓଡ଼ିଶା ପାଇଛି କଣ ? କେବଳ ବିଜେଡ଼ି ସରକାରର ଅନ୍ୟାୟ, ଭ୍ରଷ୍ଟାଚାର, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ଦାଦନ, ମହିଳା ବିରୋଧୀ ହିଂସାର ଏକ ଦସ୍ତାବିଜ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ୨୫ ବର୍ଷ ମଧ୍ୟରେ ଶିଳ୍ପ ଟିଏ ମଧ୍ୟ ପ୍ରତିଷ୍ଠା ହୋଇ ନଥିବାରୁ ଯୁବକ ମାନେ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ଶାନ୍ତି ପ୍ରିୟ ଓଡ଼ିଶା ଆଜି ମହିଳା ହିଂସାରେ ଏକ ନମ୍ବର । ଓଡ଼ିଶାରେ କୃଷକର ଆୟ ଦେଶରେ ସବୁ ଠାରୁ କମ ଜଳସେଚନର ସୁବିଧା ନାହିଁ । ୨୫ ବର୍ଷରେ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ତିଆରି ହେଲା ନାହିଁ । ରାଜ୍ଯରେ ଅଧାରୁ ଅଧିକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଡ଼ାକ୍ତରଖାନାରେ ଡ଼ାକ୍ତର ନାହାନ୍ତି । ୨୫ ବର୍ଷର ଏହି ଜନବିରୋଧୀ ରାଜ୍ଯ ସରକାର ବିରୋଧରେ ଲୋକଙ୍କ ଆକ୍ରୋଶ ଏବେ ସୀମା ଲଂଘିଛି । ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସରକାରର ୨୫ ବର୍ଷର ପାପ ପେଡ଼ି ଖୋଲିବା ସହ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ସରକାରର ଏହି କଳା ଅଧ୍ୟାୟର ଅନ୍ତ ଘଟିବ । କେତେ ଦିନ ସହିବା, ଓଡିଶାରେ ପରିବର୍ତ୍ତନ ଆଣିବା ସଂକଳ୍ପ ନେଇ ଓଡିଶାରେ ଘରେ ଘରେ ବିକାଶର ପଦ୍ମ ଫୁଲ ଫୁଟିବ ଓ ବିଜେପିର ସରକାର ସ୍ଥାପନ ହେବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଇଂ ଜ୍ଞାନଦେବ ବେଉରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବ୍ରହ୍ମପୁର ଜୋନ ମିଡିଆ ସଂଯୋଜକ ସୁନୀଲ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା. ସୁବାସ ସାହୁ, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନିଲ କୁମାର, ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ, ରାଜ୍ଯ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ଶିଶିର ପାଢୀ, ବିଜେପି ନେତା ପୀତବାସ ପଣ୍ଡା, ଗଞ୍ଜାମ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ପୂର୍ବତନ କର୍ପୋରେଟର ଟି.ଗୋପି, ଜଗଦୀଶ ରାଓ ମଞ୍ଚାସୀନ ଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀକୁ ବ୍ରହ୍ମପୁର ବିଧାନସଭା ମିଡ଼ିଆ ସଂଯୋଜକ ଜି.ରାଜେନ୍ଦ୍ର ପ୍ରସାଦ ଓ ସ୍ମିତାଲି ସ୍ମୃତି ସ୍ନିଗ୍ଧା ସହଯୋଗ କରିଥିଲେ l ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡ ଆଉ ଦୁଇ ଗିରଫ

ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡ ଆଉ ଦୁଇ ଗିରଫ

Read More...

ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା

ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: