ପୋଷାକ ବିତରଣ ମେଳାରେ ଯୋଗଦେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ

March 07, 2021, ଶିକ୍ଷା, ଗଞ୍ଜାମ, Kiran Behera
ପୋଷାକ ବିତରଣ ମେଳାରେ ଯୋଗଦେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ
Kiran Behera
[ Reporter,Digapahandi ]
Bhagyaprabha News Bureau
March 07, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଶିବାନନ୍ଦ ନୋଡାଲ ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ପୂର୍ବାହ୍ନ ସମୟରେ ଏକ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଆୟୋଜିତ ପୋଷାକ ବିତରଣ ଉତ୍ସବରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ପୋଷାକ ସମେତ ଜୋତା ଓ ମୋଜା ବଣ୍ଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ବିଜେଡି ଛାତ୍ର ସଭାପତି ରାଜକିଶୋର ମହାନ୍ତି , ସଂପାଦକ ବିକ୍ରମ ସିଂ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅରୁଣ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ଦୀନବନ୍ଧୁ ପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ୧୫୮ ଜଣ ଛାତ୍ରୀ , ଜନଜାତି , ଉପଜାତି , ବିପିଏଲ , ଏପିଏଲ୍ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଏକହଳ ପୋଷାକ , ଜୋତା ଓ ଦୁଇହଳ ମୋଜା ଅତିଥିିିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିବା ଜଣାପଡିଛି । ଶେଷରେ ପଣ୍ଡିିତ ଶିକ୍ଷକ ବିଶ୍ବନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ , ଶିବରାମ ପ୍ରଧାନ , ଏସ୍ . ନାରସିକିଲୁ ପାତ୍ର , ସୁରେନ୍ଦ୍ରନାଥ ଦାସ , ଶଶିଭୂଷଣ ପାଇକ , ଶିକ୍ଷୟିତ୍ରୀ ମୋନାଲିସା ନାୟକ , ହରିଦ୍ରା ମିଶ୍ର , କ୍ରୀଡା ଶିକ୍ଷୟିତ୍ରୀ ସଶ୍ମିତା ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମନାଭପୁୁର ପ୍ରାଥମିକ ବିଦ୍ୟାଳୟର ୯୨ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ପଦ୍ମନାଭପୁୁର ପ୍ରାଥମିକ ବିଦ୍ୟାଳୟର ୯୨ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Read More...

ପିକଆପ ଭ୍ଯାନ୍ ଧକ୍କାରେ ଏକ୍ସଏଲ ଗାଡ଼ି ଚାଳକ ସହ ଅନ୍ୟ ଜଣେ ଗୁରୁତର

ପିକଆପ ଭ୍ଯାନ୍ ଧକ୍କାରେ ଏକ୍ସଏଲ ଗାଡ଼ି ଚାଳକ ସହ ଅନ୍ୟ ଜଣେ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: